Breaking News
Home / Crime / Demonstration of Nava Nirman Krusak Sanghathan on Kandhamal issue

Demonstration of Nava Nirman Krusak Sanghathan on Kandhamal issue

କନ୍ଧମାଳ ପୁଲିସ ଗୁଳିରେ ୫ ନିରିହ ଆଦିବାସୀଙ୍କ ମୃତୁ୍ୟ ପ୍ରତିବାଦରେ ଓ ସ୍ଥାନୀୟ ଆଇଜି ଓ ଏସ୍ପିଙ୍କ ନିଲମ୍ବନ ଦାବିରେ ମୌନ ଉପବାସ ଓ ଧାରଣା

IMG_3512
କଟକ,୧୪ା୭୨୦୧୬ (ମନୋମାନୀ ସିଂ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମୁଡ଼ୁମୁହାରେ ପୁଲିସ ଗୁଳିରେ ମୃତ ୫ ଜଣ ଆଦିବାସୀଙ୍କ ମୃତୁ୍ୟ ପ୍ରତିବାଦରେ ରାଜ୍ୟର ପ୍ରମୁଖ ଗଣସଂଗଠନ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କଟକସ୍ଥିତ ପୁଲିସ ମୁଖ୍ୟାଳୟ ସାମ୍ନାରେ ମୌନ ଉପବାସ ଓ ଧାରଣା ଅନୁଷ୍ଠିତ ହୋଇଯାଇଛଇ। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପୁଲିସ କାମ ହେଲା ଲୋକଙ୍କ ଧନଜୀବନ ସୁରକ୍ଷା ସହ ଆଇନଶୃଙ୍ଖଳା ରକ୍ଷା କରିବା। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶା ପୁଲିସର ବେପରବାୟ ଓ ଉଗ୍ର ମନୋଭାବ ଯୋଗୁଁ କଳିଙ୍ଗନଗରରେ ଆଦିବାସୀଙ୍କ ହତ୍ୟାପରେ ପୁଣି କନ୍ଧମାଳରେ ୫ ଆଦିବାସୀ ପୁଲିସ ଗୁଳିରେ ମୃତୁ୍ୟବରଣ କରିଛନ୍ତି। ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଥିବା ପୁଲିସ ବନ୍ଧୁକରେ ଦେଶର ନାଗରିକ ହତ୍ୟା ହେବା ଅତ୍ୟନ୍ତ ଲଜ୍ଜାଜନକ ଓ ବେଦନାଦାୟକ। ଗଣତନ୍ତ୍ର ଶାସନରେ ଗୁଳି ଗୋଳାରେ ଶାସନ ଆଦୌ ଗ୍ରହଣୀୟ ନୁହେଁ। ଆମ ଦେଶର ବ୍ରିଟିଶ ସମୟର ପୁଲିସ କାନୁନ ବଳବତ୍ତର ଥିଲା ବେଳେ ଏବେ ବି ଓଡ଼ିଶା ପୁଲିସ ତାର ଆଚରଣରେ ଉପନିବେଶୀୟ ପୁଲିସର ଚରିତ୍ର ଦେଖାଉଛି। ଖାଲି ଏତିକି ନୁହେଁ ବିଭିନ୍ନ ଜନଆନେ୍ଦାଳନ ସମୟରେ ଜନଆନେ୍ଦାଳନ ସଂଗଠକଙ୍କ ଉପରେ ମିଥ୍ୟା ମାମଲା ରୁଜୁ କରୁଛି। ଏହା ଶୁଭଙ୍କର ନୁହେଁ। ଆଗାମୀ ଦିନରେ କନ୍ଧମାଳ, କଳିଙ୍ଗନଗର ଘଟଣାର ପୁନରାବୃତ୍ତି ନହେବା ସହ ପୁଲିସ ଭାବମୂର୍ତ୍ତିରେ ସୁଧାର ଆଣିବା ପାଇଁ ତୁରନ୍ତ ସ୍ଥାନୀୟ ଆଇଜି ଓ ଏସ୍ପିଙ୍କୁ ନିଲମ୍ବନ କରାଯାଉ ଓ ଗୁଳିକାଣ୍ଡ ଘଟାଇଥିବା ପୁଲିସଙ୍କୁ ଚାକିରିରୁ ସଂପୂର୍ଣ୍ଣ ବହିଷ୍କାର ସହ ୩୦୨ ଦଫାରେ ଗିରଫ କରାଯାଉ। ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ହେଲେ ପୁଲିସ ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବାକୁ ସାହସ କରିବ ନାହିଁ। ପୁଲିସ ଏହି ଆଚରଣ ମାଓବାଦୀଙ୍କଠାରୁ ବଳିଯାଇଛି। ଆଜିର ଏହି ମୌନ ଉପବାସ ଓ ଧାରଣାରେ ସର୍ବଶ୍ରୀ ରାଜ୍ୟ ସଂଯୋଜକ ଅକ୍ଷୟ କୁମାର, ସହ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ କମିଟି ସଭ୍ୟ ଉମାକାନ୍ତ ଭାରତ, ଯାଜପୁର ସଂଯୋଜକ ନିମାଇଁ ରାୟ, ଜଗତସିଂହପୁର ସଂଯୋଜକ ରଶ୍ମୀରଂଜନ ସ୍ୱାଇଁ, କଟକ ଜିଲ୍ଲା ସଂଯୋଜକ ସ୍ନେହାଂଶୁ ଜେନା, ଅଧ୍ୟାପକ ଟୁନା ସ୍ୱାଇଁ, ଅଧ୍ୟାପକ ଗୋବିନ୍ଦ ଭଗବାନ, ଭବେନ୍ଦ୍ର ନାଥ ସାହୁ, ଦୁର୍ଗା ଚରଣ ସ୍ୱାଇଁ, ରବିନ୍ଦ୍ର ସାହୁ, ସୁରେନ୍ଦ୍ର ମହାରଣା, ଶତର ମହାପାତ୍ର, ପବିତ୍ର ନାୟକ, ମନୱର ଅଲ୍ଲୀ, ସାମାଜିକ କର୍ମୀ, ଅଶୋକ ଜେନା, ମଙ୍ଗୁଳି ରାଉତ, ପବିତ୍ର ନାୟକ, ଦୁର୍ଗାଚରଣ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଅକ୍ଷୟ କୁମାର ଓ ଅନ୍ୟମାନଙ୍କ ନେତୃତ୍ୱରେ ପୁଲିସ ମୁଖ୍ୟଙ୍କୁ ସ୍ମାରକପତ୍ର ଦିଆଯାଇଥିଲା।

IMG_3508

About surendrahota

Leave a Reply

%d bloggers like this:
Skip to toolbar