Breaking News
Home / BJP / BJP Central team at Kandhamal on 15th July

BJP Central team at Kandhamal on 15th July

ଆସନ୍ତାକାଲି କନ୍ଧମାଳରେ ବିଜେପି ସଂସଦୀୟ ଦଳ: ବିଜେପି
ଭୁବନେଶ୍ୱର, ତା.୧୪/୦୭/୨୦୧୬ (ମନୋମାନୀ ସିଂଙ୍କ ରିପୋର୍ଟ): ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ଶ୍ରୀ  ବିନୟ ସହସ୍ରବୁଦେ୍ଧ, ରାଷ୍ଟ୍ରୀୟ ସଂପାଦିକା ତଥା ସାଂସଦ ଶ୍ରୀମତୀ ଜ୍ୟୋତି ଧ୍ରୁବେ ଏବଂ ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ଶ୍ରୀ ରାମ ବିଚାର ନେତାମ୍ ଆସନ୍ତାକାଲି ଅପରାହ୍ନ ୧.୧୫ମିନିଟ୍ରେ ଏୟାର ଇଣ୍ଡିଆ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ସିଧାସଳଖ କନ୍ଧମାଳ ଗସ୍ତ କରିବେ । ଫୁଲବାଣୀ ଠାରେ ରାତ୍ରିଯାପନ ପରେ ୧୬ତାରିଖ ଦିନ ଗୁମୁଡ଼ୁମାହା ଗୁଳିକାଣ୍ଡରେ ପୀଡ଼ିତ ପରିବାରବର୍ଗକୁ ଭେଟିବେ ଓ ଗୁଳିକାଣ୍ଡ ସ୍ଥଳ ପରିଦର୍ଶନକରିବେ। ଏହି ରାଷ୍ଟ୍ରୀୟ ପ୍ରତିନିଧି ମଣ୍ଡଳ ପୁର୍ବତନ ବିଧାୟକ ପ୍ରତାପ ଷଢ଼ଙ୍ଗୀ ଓ ସିର୍ଦ୍ଧାଥ ଶେଖର ସିଂ ମର୍ଦ୍ଦରାଜ୍, ସହିତ ରଜ୍ୟ ସମ୍ପାଦକ ଶ୍ରୀ ଶିଶିର ଗମାଙ୍ଗୋ ଏବଂ କାର୍ଯ୍ୟକାରିଣି ସଦସ୍ୟ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ରାଜ୍ୟନେତାମାନେ ତାଙ୍କସହିତ କନ୍ଧମାଳଗସ୍ତରେ ଯୋଗଦାନ କରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ଏବଂ ଏହି ପ୍ରତିନିଧି ଦଳ କନ୍ଧମାଳରୁ ଫେରି ଦିଲ୍ଳୀରେ ବିଜେପିର ସଭାପତି ଶ୍ରୀ ଅମିତ ଶାହାଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ।

About surendrahota

Leave a Reply

%d bloggers like this:
Skip to toolbar