Breaking News
Home / Bhubaneswar / Biju Centenary Marathon in Odisha schedule from 19th July to 9th August

Biju Centenary Marathon in Odisha schedule from 19th July to 9th August

5

ଭୁବନେଶ୍ୱର,୧୩/୭/୨୦୧୬ (ମନୋମାନୀ ସିଂ)-‘ବିଜୁ ଜନ୍ମ ଶତବାର୍ଷିକୀ ସ୍ମାରକୀ ଗଣଦୌଡ଼’ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ କ୍ରାନ୍ତିଦିବସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମର ମହାନ କ୍ରାନ୍ତିକାରୀଙ୍କ କର୍ମଭୂମି,ଜନ୍ମଭୂମି ଓ ସହିଦ ପୀଠରେ ଆୟୋଜନ କରିବା ପାଇଁ ବିଜୁ ଜନ୍ମ ଶତବାର୍ଷିକୀ ୫ଗୋଟି କମିଟିର ମିଳିତ ବୈଠକର ନିଷ୍ପତ୍ତି ଗ୍ରହଣ କରିଥିଲା। ସେହି ଅନୁଯାୟୀ ସ୍ମାରକୀ ଗଣଦୌଡ଼ର କାର୍ଯ୍ୟସୂଚୀ ନିମ୍ନରେପ୍ରକାଶ କରାଗଲା।
1 2 3

ସ୍ମାରକୀ ଗଣଦୌଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ସ୍ଥାନୀୟ ବିଧାୟକ ମାନଙ୍କ ଆବାହକତ୍ୱରେ ଜିଲ୍ଲାର ମାନ୍ୟବର ମନ୍ତ୍ରୀ, ବିଧାୟକ, ସାଂସଦ, ବିଜେଡି ଜିଲ୍ଲା ସଭାପତି, ଜିଲ୍ଲା ଯୁବ/ଛାତ୍ର ସଭାପତି, ଜିଲ୍ଲାର ଅନ୍ୟାନ୍ୟ କର୍ମକର୍ତ୍ତା, ପଞ୍ଚାୟତ ଓ ପୌରାଞ୍ଚଳ ପ୍ରତିନିଧିମାନଙ୍କୁ ନେଇ କମିଟି ଗଠନ କରି ଏହାକୁ ସଫଳ କରାଇବାକୁ ବିଜୁ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି। ଏହି ଗଣଦୌଡ଼ କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ଯୁବ, ଛାତ୍ର ବନ୍ଧୁମାନଙ୍କୁ କିଭଳି ଅଧିକ ସାମିଲ ହୋଇପାରିବେ ସେଥିପ୍ରତି ସ୍ୱତବ ଧ୍ୟାନ ଦେବାକୁ ପରିଚାଳନା କମିଟିକୁ ପରାମର୍ଶ ଦିଆଯାଇଛି। ବିଜୁ ଜନ୍ମ ଶତବାର୍ଷିକୀ ରାଜ୍ୟସ୍ତରୀୟ କମିଟିର ଆବାହକ ଓ ସଦସ୍ୟ ପ୍ରମୁଖ ଏହି ଗଣଦୌଡ଼ କାର୍ଯ୍ୟକ୍ରମରେ ଯୋଗଦେବେ।

4

About surendrahota

Leave a Reply

%d bloggers like this:
Skip to toolbar