Breaking News
Home / Bhubaneswar / State wide tree Plantations by Indian Red Cross Society Odisha

State wide tree Plantations by Indian Red Cross Society Odisha

ସବୁଜ ବଳୟର ଅଭିବୃଦ୍ଧି ପାଇଁ ଯୁବ ରେଡ଼କ୍ରସ, ଓଡ଼ିଶା ଶାଖାର ବନ ମହୋସôବ ପାଳନ।

IMG-20160711-WA0021

ଭୁବନେଶ୍ୱର,୧୩/୭/୨୦୧୬ (ମନୋମାନୀ ସିଂ) ଓଡ଼ିଶାର ହ୍ରାସ ପାଉଥିବା ସବୁଜ ବଳୟର ଅଭିବୃଦ୍ଧି ପାଇଁ ଯୁବ ରେଡ଼କ୍ରସ, ଓଡ଼ିଶା ତଥା ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ମିଳିତ ଉଦ୍ୟମରେ ବନ ମହୋସôବ ସପ୍ତାହ ପାଳନ ଅବସରରେ ରାଜ୍ୟର ସମସ୍ତ କଲେଜରେ ଥିବା ଯୁବ ରେଡ଼କ୍ରସ ପରାମର୍ଶଦାତା ଏବଂ ସ୍ୱେଚ୍ଛାସେବୀ ମାନଙ୍କଦ୍ୱାରା ବୃକ୍ଷରୋପଣ କରାଯାଇଅଛି। ପରିବେଶରେ ସବୁଜ ବଳୟର ଅଭିବୃଦ୍ଧି, ବୃକ୍ଷରୋପଣ, ବୃକ୍ଷର ଯତ୍ନ, ବୃକ୍ଷର ସୁରକ୍ଷା ଏହି କାର୍ଯ୍ୟକ୍ରମର ମୂଳ ଉଦେ୍ଦଶ୍ୟ। ଜୁଲାଇ ୨ ତାରିଖ ଦିନ ଉକ୍ତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାର କଲେଜମାନଙ୍କରେ ୧୧,୮୬୩ ବୃକ୍ଷରୋପଣ କରାଯାଇଅଛି ଏବଂ ଆଗକୁ ଆହୁରିଅଧିକ ବୃକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ପରିବେଶ ଭିତିକ ବିଭିନ୍ନ କର୍ମଶାଳା , ପ୍ରଶିକ୍ଷଣ ଓ ପ୍ରତିଯୋଗିତା କାର୍ଯ୍ୟକ୍ରମର ଯୋଜନା ଆସନ୍ତା ବର୍ଷ ପାଇଁ ରହିଛି ଏବଂ ବୃକ୍ଷର ପରିସଂଖ୍ୟାନ ଉପରେ ଗୁରୁତ୍ୱ ଦେବା ପ୍ରତ୍ୟେକ ନାଗରିକଙ୍କ ଗୁରୁଦାୟୀତ୍ୱ ହେବା ଉଚିତ୍ ଏବଂ ବୃକ୍ଷରୋପଣ ପରେ ତାର ଯନô ଓ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ହେବ ବୋଲି ଡଃ. ମେଜର କଳ୍ପନା ଦାସ ମତବ୍ୟକ୍ତ କରିଛନ୍ତି। ଅସନ୍ତୁଳିତ ପରିବେଶର ସରଳ ସମାଧାନ ବୃକ୍ଷରୋପଣ ଏବଂ ଏହି ଜନସଚେତନତା ସୃଷ୍ଟିକରିବାରେ ଯୁବ ରେଡ଼କ୍ରସ ଓଡିଶା ଓ ଭାରତୀୟ ରେଡ଼କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ସମସ୍ତ ଯୁବ ରେଡକ୍ରସ ଥିବା କଲେଜମାନଙ୍କୁ ସଂପୂଣ୍ଣ ସହଯୋଗ କରିବ ବୋଲି ସଚିବ ଡକ୍ଟର ଚକ୍ରଧର ପଣ୍ଡା ମନ୍ତବ୍ୟ ଦେଇଛନ୍ତି।

IMG-20160702-WA0023

About surendrahota

Leave a Reply

%d bloggers like this:
Skip to toolbar