Breaking News
Home / Bhubaneswar / Kandhamal Violence : High level BJP team visit Kandhamal

Kandhamal Violence : High level BJP team visit Kandhamal

କନ୍ଧମାଲ ଏନକାଉଣ୍ଟର: ବିଜେପି ଉଚ୍ଚସ୍ତରୀୟ ପ୍ରତିନିଧିଦଳ କନ୍ଧମାଳ ଯାଇ ମୃତାହାତ ଏବଂ ଆହତ ପରିବାରଙ୍କୁ ଭେଟିଲେ ।

Kandhamal 12.07.2016.001

ଭୂବନେଶ୍ୱର, ତ,୧୨/୦୭/୨୦୧୬ (ମନୋମାନୀ ସିଂ) କନ୍ଧମାଳ ଘଟି ଯାଇଥିବା ଅମାନବୀୟ ହତ୍ୟା ଘଟଣାର ମୃତ ଏବଂ ଆହତ ପରିବାରଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପିର ଉଚ୍ଚପ୍ରତିନିଦଧି ଦଳ।ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଘଟଣା ସ୍ଥାନକୁ ଯାଇ ଘଟିଥିବା ଘଟଣା ବିଷୟରେ ପଚାରି ବୁଝିଥିଲେ। ଏହାପରେ ସମସ୍ତ ମୃତାହତ ପରିବାରଙ୍କୁ ଭେଟି ତାଙ୍କୁ ସ୍ୱାନ୍ତନା ଦେବା ସହିତ ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ପଚାରିଥିଲେ। ସମସ୍ତ ପରିବାରଙ୍କୁ ଦଳପକ୍ଷରୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରା ଯାଇଥିଲା। ଆଦିବସୀଙ୍କ ସ୍ୱାର୍ଥ ଏବଂ ସୁରକ୍ଷା ପାଇଁ ବିଜେପି ସବୁବେଳେ ଲଢେଇଜାରି ରଖିବ ବୋଲି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ମତବ୍ୟକ୍ତ କରିଥିଲେ।ଏହି ପ୍ରତିନଧି ଦଳରେ ରାଷ୍ଟ୍ରୀୟ ସଂପାଦକ ଶ୍ରୀଯୁକ୍ତ ସୁରେଶ ପୂଜାରୀ,ବିଧାୟକ ରବିନାୟଣ ନାଏକ, ପ୍ରଦୀପ ପୁରୋହିତ, ଗୋବିନ୍ଦ ଦାଶ, ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡା, ରାଜ୍ୟ ଉପସଭାପତି ସମୀର ମହାନ୍ତି, ସଂପାଦିକା ସୁକେଶୀ ଓରାମ ଓ ସଂପାଦିକା ଶୋଭନା ମହାନ୍ତି ପ୍ରବକ୍ତା ଗୋଲକ ମହାପାତ୍ର,ମହିଳାମୋର୍ଚ୍ଚା ସଭାପତି ପ୍ରଭାତି ପରୀଡା, ସଂପାଦକ ଅନନ୍ତ ନାୟକ ଓ ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Kandhamal 12.07.2016.002

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar