Breaking News
Home / Agriculture / Demonstration of Farmers demanding inquiry of Agricultural lone corruption by Bank of India

Demonstration of Farmers demanding inquiry of Agricultural lone corruption by Bank of India

ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା କୃଷି ଋଣ ବୀମା ଏବଂ ଫସଲ କ୍ଷତିପୂରଣ ରାଶିର ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ର ତୁରନ୍ତ ତଦନ୍ତ ଦାବିରେ ଗଣଧାରଣା ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ

????????????????????????????????????

ଭୁବନେଶ୍ୱର: ୧୨.୭.୨୦୧୬ (ମନୋମାନୀ ସିଂ)- ସିଭିଲ ସୋସାଇଟି ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କ ତରଫରୁ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୂଖ୍ୟ ଶାଖା ସମ୍ମୁଖରେ ଗଣଧାରଣା କରାଯାଇ ବ୍ୟାଙ୍କର ନିମାପଡ଼ା ଶାଖାରେ ହୋଇଥିବା କୃଷି ଋଣ ବୀମା ଅର୍ଥର ବ୍ୟାପକ ହରିଲୁଟ୍ର ତୁରନ୍ତ ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ଅର୍ଥ ଫେରସ୍ତ ଦାବି କରାଯାଇଛି।ଗତ ୨୦୧୪-୧୫ ଆର୍ଥୀକ ବର୍ଷରେ ଖରିଫ ଋତୁରେ ପୁରୀ ଜିଲ୍ଲାର ନିମାପଡା ବ୍ଲକ୍ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୂଆସନ୍ଥ ଶାଖା ତରଫରୁ ଶତାଧିକ ଚାଷୀଙ୍କୁ କୃଷି ଋଣ ପ୍ରଦାନ କରାଯିବା ସହ ଋଣ ରାଷିରୁ ବିପର୍ଯ୍ୟୟ ଜନିତ ବିମା ବାବଦରେ କିସ୍ତି ଅର୍ଥକୁ ମୋଟ ଋଣ ରାଷିରୁ କାଟି ନେଇଥିଲେ। କିନ୍ତୁ ଉକ୍ତ ବୀମା ଅର୍ଥକୁ ବ୍ୟାଙ୍କ ଅଫିସର ଏବଂ କର୍ମଚାରୀ ମାନେ ଲକ୍ଷ ଲକ୍ଷ ଟଙ୍କାର ବୀମା ଅର୍ଥକୁ ଲୁଟ୍ କରିଥିଲେ ଏବଂ ବୀମା କଂପାନୀ ନିକଟରେ ଦାଖଲ କରିନଥିଲେ।ଉକ୍ତ ବର୍ଷ ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନୀ ହୋଇଥିବା ହେତୁ ଚାଷୀମାନେ କ୍ଷତିଗ୍ରସ୍ତ ହେବା ସହ ବ୍ୟାଙ୍କ୍ରେ ବୀମା ଅର୍ଥ ଏବଂ କ୍ଷତିପୂରଣ ରାଶି ଦାବି କରିଥିଲେ। କିନ୍ତୁ ବ୍ୟାଙ୍କ୍ ଶାଖା ମ୍ୟାନେଜର ବିଭିନ୍ନ ଆଳ ଦେଖାଇ ଚାଷୀମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସମୟ ଗଡ଼ାଇ ଚାଲିଥିଲେ। କ୍ଷତିପୂରଣ ରାଶି ନପାଇ ଶହ ଶହ କ୍ଷତିଗ୍ରସ୍ତ ଚାଷୀ ଦୁଇ ବର୍ଷ ମଧ୍ୟରେ ବ୍ୟାଙ୍କ ପରିଚାଳକ, ଜୋନାଲ୍ ପରିଚାଳକ, ବ୍ୟାଙ୍କ ଲୋକପାଳ , ଜିଲ୍ଲାପାଳ ପୁରୀ, ନାବାର୍ଡ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣରଙ୍କୁ ଏହି ଦୁର୍ନୀତିର ତଦନ୍ତ କରି ତୁରନ୍ତ ଫସଲ ଦାବୀ ଅର୍ଥ ଦେବା ପାଇଁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ, ଏହାର ଦନନ୍ତ ଏପର୍ଯ୍ୟନ୍ତ କରାଯାଇ ନାହିଁ। ଫଳରେ ଦୀର୍ଘ ଦୁଇ ବର୍ଷ ଧରି ଚାଷୀମାନେ ଋଣ ଶୁଝିପାରୁ ନାହାନ୍ତି କି ଋଣ ପାଇପାରୁ ନାହାନ୍ତି। ଆଶ୍ଚର୍ଯ୍ୟର ବିଷୟ,ଚାଷୀମାନଙ୍କର କ୍ଷତିପୂରଣ ରାଶି ପ୍ରଦାନ ନକରି ବ୍ୟାଙ୍କ ତରଫରୁ ଋଣ ରାଶି ଦାଖଲ ପାଇଁ ଚାଷୀମାନଙ୍କୁ ବାରମ୍ବାର ନୋଟିସ୍ କରାଯାଉଛି। ଫଳରେ ଚାଷୀମାନେ ମାନସିକ ଭାରସାମ୍ୟ ହରାଇ ଚାଷ କରିପାରୁ ନାହାନ୍ତି। ସେମାନେ ସମସ୍ତେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ହୋଇଥିବାରୁ, ଅନ୍ୟ କୌଣସି ଠାରୁ ଋଣ ନପାଇ ସାହୁକାରମାନଙ୍କ ଠାରୁ ଚଢ଼ା ସୁଧରେ ଋଣ ଆଣିବାକୁ ବାଧ୍ୟ ହେଉଛନ୍ତି। ବ୍ୟାଙ୍କ ଅଫ୍ ଇଣ୍ଡିଆର ଆ ଳିକ ନିଦେ୍ର୍ଦଶକ ଶ୍ରୀ ଅମିତ ରାୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଚାଷୀମାନଙ୍କୁ ଜୁଲାଇ ୩୧ ସୁଦ୍ଧା ଖରିଫ ଋଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ସହ ଚାଷୀମାନଙ୍କର ୨୦୧୪ ମସିହାର ଚାଷ କ୍ଷତିପୂରଣ ଅର୍ଥ ଉପରିସ୍ଥ ଅଧିକାରୀଙ୍କ ସହ ବିଚାରବିମର୍ଶ କରି ଅଗଷ୍ଟ ୩୧ ସୁଦ୍ଧା ପ୍ରଦାନ କରିବେ ବୋଲି କହିଥିଲେ। ଏହାପରେ ଗଣଧାରଣା ପ୍ରତ୍ୟାହାର ହୋଇଥିଲା। ଆଜିର ଏହି ଧାରଣାୋର ସିଭିଲ୍ ସୋସାଇଟିର ନେତୃବୃନ୍ଦ ତଥା ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ, ଆଇନଜୀବୀ ସୁଧୀର ମହାନ୍ତି, ସଚିକାନ୍ତ ପ୍ରଧାନ, ଚାଷୀ ନେତା ଦିବାକର ନାୟକ, ସଞ୍ଜୟ ସାହୁ, କଂଗ୍ରେସ ନେତା ବିଶ୍ୱମୋହନ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ।

About surendrahota

Leave a Reply

%d bloggers like this:
Skip to toolbar