Breaking News
Home / Bhubaneswar / Kandhamal Bandh call given by Congress on 11th July 2016

Kandhamal Bandh call given by Congress on 11th July 2016

କନ୍ଧମାଳ ଏସଓଜି ଗୁଳିରେ ୬ ଆଦିବାସୀଙ୍କ ମୃତୁ୍ୟ ଘଟଣା: ୧୧ ତାରିଖରେ କଂଗ୍ରେସ ର ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡ଼ାକରା : ବିଜେଡି-ବିଜେପି ଉଭୟେ ଆଦିବାସୀ ଶୋଷଣକାରୀ-ପିସିସି ସଭାପତି ପ୍ରସାଦ ହରିଚନ୍ଦନ

Prasad Harichandan

ଭୁବନେଶ୍ୱର,୧୦/୭/୨୦୧୬ (ମନୋମାନୀ ସିଂ) – କନ୍ଧମାଳର ଗୁମୁରୁମାଠାରେ ଶନିବାର ରାତିରେ ଓଡିଶା ପୋଲିସର ଏସଓଜି ଜବାନ ୫ଜଣ ନୀରିହ ଆଦିବାସୀମାନଙ୍କୁ ଗୁଳି କରି ଅତ୍ୟନ୍ତ ବର୍ବରୋଚିତ ଭାବେ ହତ୍ୟା କଲେ ତାହାକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ତୀବ୍ର ନିନ୍ଦା କରିବା ସହ ରାଜ୍ୟ ସରକାର ତଦନ୍ତର ଭେଳିକ ନଦେଖାଇ ତୁରନ୍ତ ଦାୟୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଗୁମୁରୁମା ଗାଁରେ ଯେଉଁ ବର୍ବରୋଚିତ ଘଟଣା ଘଟିଗଲା ଏହାର ପ୍ରତିବାଦରେ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୧ ଜୁଲାଇ ସୋମବାର କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି । ଏପଟେ କନ୍ଧମାଳରେ ପୋଲିସ ମୃତୁ୍ୟର ତାଣ୍ଡବଲୀଳା କରୁଥିବା ବେଳେ ସେପଟେ ଭୁବନେଶ୍ୱରରେ ବିଜେଡି ଓ ନବୀନ ବାବୁ ପଂଚାୟତ ନିର୍ବାଚରେ ଭୋଟ ହାତେଇବା ପାଇଁ ଭୁବନେଶ୍ୱରର ଏକ ବିଳାସପୂର୍ଣ୍ଣ ହୋଟେଲରେ ମନ୍ତ୍ରଣା କରୁଛନ୍ତି । କନ୍ଧମାଳ ଆସିବା ତ ଦୂରର କଥା, ସେ ସଭାରେ ବି ମୁଖ୍ୟମନ୍ତ୍ରୀ ବା ବିଜେଡି ନିରୀହ ଆଦିବାସୀଙ୍କ ଶୋକପ ୍ରସ୍ତାବ ଟିଏ ଆଗତ କରିପାରିଲା ନାହିଁ ।କେବଳ ଭୁଅାଁ ବୁଲାଇବା ପାଇଁ ତରବରିଆ ଭାବେ ବିଚାର ବିଭାଗୀୟ ତଦନ୍ତ ଓ କ୍ଷତିପୂରଣ ଘୋଷଣା କରିଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଦାୟିତ୍ୱ ଦୁଟାଇ ଦେଇଛନ୍ତି । ହେଲେ ସେ କିଛି ଦୟା କରିନାହାନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ରହିଛି ଆଉ ସେ ଏହା କରିବା ପାଇଁ ବାଧ୍ୟ । ରକ୍ଷକ ହୋଇ ଏ ସରକାର ଭକ୍ଷକ ସାଜିଛି ଓ ଏସଓଜି ପୋଲିସ ସରକାରଙ୍କ ଭଡାଟିଆ ଗୁଣ୍ଡା ସାଜିଛି । ଏପଟେ ଆଦିବାସୀଙ୍କ ରକ୍ତରେ ହୋରି ଖେଳୁଛି ପୋଲିସ ଆଉ ସେପଟେ ମଣିଷ ମାରି ମୁଣ୍ଡର ହିସାବ କରୁଛନ୍ତି ସରକାର । ମାଓବାଦୀ ଦମନ ଆଳରେ ନିରୀହ ଦଳିତ ଆଦିବାସୀଙ୍କକୁ ହତ୍ୟା କରିବା ବା ଆଦିବାସୀଙ୍କୁ ନିର୍ଯାତନା ଦେବା ଘଟଣା ତୁରନ୍ତ ବନ୍ଦ କରନ୍ତୁ, ନଚେତ୍ ତାର ପରିଣାମ ରାଜ୍ୟ ସରକାରଙ୍କୁ ଭୋଗିବାକୁ ପଡ଼ିବ ବୋଲି ଚେତାବନି ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ।ଅଘଟଣ ଘଟିଥିବା ଗୁମୁରୁମା ଗସ୍ତ ସରଜମିନ ଅନୁଧ୍ୟାନ କରିବା ପରେ ଶ୍ରୀ ହରିଚନ୍ଦନ ବାଲିଗୁଡାଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ଗତକାଲି ରାତିରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକର କୁତମଗଡର ଗୁମୁରୁମା ÿଠାରେ ଆଦିବାସୀଙ୍କର ହତ୍ୟା ପ୍ରଥମ ଘଟଣା ନୁହେଁ । ବର୍ଷକ ମଧ୍ୟରେ ୪ଟା ଅଘଟଣ ଘଟାଇ ରାଜ୍ୟ ନିରୀହ ଆଦିବାସୀ ମାନଙ୍କୁ ହତ୍ୟା କରିଛନ୍ତି ରାଜ୍ୟ ସରକାର । ଠିକ୍ ବର୍ଷକ ତଳେ କନ୍ଧମାଳ ଜିଲ୍ଲାରେ ଏକଦମ୍ପତିଙ୍କୁ ହତ୍ୟା କରି ମାଓବାଦୀ ଭାବେ ଉପସ୍ଥାପିତ କରିଥିବା ବେଳେ ନୂଆପଡାରେ, ତାପରେ କଳାହାଣ୍ଡିରେ ଓ ଏବେ ପୁଣି କନ୍ଧମାଳରେ ନିରୀହ ଆଦିବାସୀଙ୍କୁ ହତ୍ୟା କରିଛନ୍ତି । ପୋଲିସ ସେପଟେ ସ୍ଥାନୀୟ ଗ୍ରାମବାସୀଙ୍କୁ ଭୟଭୀତ କରୁଛି ଓ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଛ ।ସେପଟେ ବେନିୟମ ଭାବେ ମୃତଙ୍କ ପୋଷ୍ଟମର୍ଟମ ରାତିରେ କରି ତରବରିଆ ଭାବେ ସେଗୁଡିକୁ ସକ୍ରାର କରିଦିଆଯାଇଛ ।ଦାୟୀ ଅଧିକାରୀଙ୍କ ଓ ଜବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାନଥିବା ବେଳେ ଯାଇଥିବା ବେଳେ ସେପଟେ ଆଦିବାସୀ ମୁଣ୍ଡର ମୂଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶରେ ଏନକାଉଣ୍ଟର ମୃତକଙ୍କ ଗାଇଡ୍ ଲାଇନ୍ ରହିଛି । କୌଣସି ଦୋଷ ନଥାଇ ପୋଲିସ୍ ଗୁଳିରେ ଏମାନଙ୍କର ମୃତୁ୍ୟ ହୋଇଥିବାରୁ ସରକାର ଏଥିପାଇଁ ଉତ୍ତରଦାୟୀ । ଏ ପାପ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ଲାଗିବ । ଏ ସରକାର ଆଦିବାସ ହନ୍ତା ଓ ଆଦିବାସୀ ଶୋଷଣ କାରୀ । ଆଦିବାସୀମାନଙ୍କୁ ଜମି ପଟ୍ଟା ଦେଇ ପାରିଲେନି । କଂଗ୍ରେସ ସରକାର ଦ୍ୱାରା କରାଯାଇଥିବା ଜଙ୍ଗଲ ଅଧିକାର ଆଇନରେ ସବୁ ସୁବିଧା ଆଦିବାସୀ ମାନଙ୍କୁ ଦିଆଯାଇନି । ଏପଟେ ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚôତ କରିଥିବା ବେଳେ ଏପଟେ ସେମାନଙ୍କୁ ଗୁଳି କରିବାକୁ ପଛାଉ ନାହାନ୍ତି ।କେବଳ ସେତିକି ନୁହେଁ, ଆଦିବାସୀ ମା ଭଉଣୀମାନଙ୍କୁ ଏସଓଜି ଜୱାନ ମାନେ ଅଭଦ୍ରଙ୍କ ଭଳି ବ୍ୟବହାର କରିବାକୁ ପଛାଉ ନାହାନ୍ତି ।କେନ୍ଦ୍ରର ବିଜେପି ସରକାର ମଧ୍ୟ ଆଦିବାସୀ ବିରୋଧୀ ।ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଗତ ଆଦିବାସୀଙ୍ଗୁ ସେମାନଙ୍କ ହକ୍ ଦେବା ବଦଳରେ ଶିଳ୍ପପତି ଓ ପୁଞ୍ଜିପତିଙ୍କ ସ୍ୱାର୍ଥରେ ଏହି ଆଇନର ଉଲ୍ଲଂଘନ କରିବାକୁ ଉଦ୍ୟମ ଚଳାଇଛନ୍ତି ।ଯେଉଁ ରାଜ୍ୟ ବିଜେପି ଏବେ କହୁଛି ବା କନ୍ଧମାଳ ବନ୍ଦ ଡାକରା ଦେଇଛନ୍ତି ସେମାନେ ବି କିଛି କମ୍ଦାୟୀ ନୁହନ୍ତି ।ବିଜେପି ବିଜେଡି ରାଜ୍ୟରେ ଶାସକ କରିଥିବା ବେଳେ କଳିଙ୍ଗ ନଗର ରେ ୧୪ଜଣ ଆଦିବାସୀଙ୍କୁ ହତ୍ୟା କରାଯିବା ସହ ମାଇକଂଚ ଗୁଳିକାଣ୍ଡ ମଧ୍ୟ ହୋଇଥିଲା ।ତେଣୁ ପୋଲିସକୁ ଭଡାଟିଆ ଗୁଣ୍ଡା ଭାବେ ବ୍ୟବହାର କରି ରକ୍ଷକ ହୋଇ ଭକ୍ଷକ ସାଜିଥିବା ସରକାରଙ୍କୁ କଂଗ୍ରେସ ଚେତବନୀ ଦେଉଛି, ଯଦି ଆଦିବାସୀଙ୍କ ପ୍ରତି ଏଭଳି ଆଚରଣ ଜାରି ରହେ ତେବେ କଂଗ୍ରେସ ଆନେ୍ଦାଳନକୁ ତୀବ୍ରରୁ ତୀବ୍ରତର କରିବ ।ଗୃହବିଭାଗ ଖୋଦ୍ ମୁଖ୍ୟମବୀଙ୍କ ହାତରେ ଥିବାବେଳେ ମୁଖ୍ୟମନ୍ତ୍ରୀ ଏହାର ଉତ୍ତରଦାୟିତ୍ୱ ନେବାକୁ ବାଧ୍ୟ ଓ ଖୋଦ ଏ ପାପରେ ମୁଖ୍ୟମନ୍ତ୍ରୀ ଭାଗିଦାର । ଅନ୍ୟ ରାଜ୍ୟ ଗୁଡିକରେ ଏନକାଉଣ୍ଟର ଅଘଟଣ ଘଟିଲେ ମୃତକଙ୍କ ପରିବାରକୁ ୧୦/୨୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଥିବା ବେଳେ ଘଟଣାର ବି·ରବିଭାଗୀୟ ତଦନ୍ତ ଏବଂ ମୃତୁ୍ୟବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରି ମୁଖ୍ୟମନ୍ତ୍ରୀ ଦୟା କରିନାହାନ୍ତି । ଏନ୍କାଉଣ୍ଟର ମୃତୁ୍ୟ ସଂକ୍ରାନ୍ତରେ ମାନ୍ୟବର ସୁପ୍ରିମକୋର୍ଟ ବି·ର ବିଭାଗୀୟ ତଦନ୍ତ ଏବଂ କ୍ଷତିପୂରଣ ରାଶି ଦେବାକୁ ସରକାର ବାଧ୍ୟ ବୋଲି ପୂର୍ବରୁ ନିଦେ୍ର୍ଦଶ ଦେଇଛନ୍ତି । ଆଗରୁ ଯେତେକ ବିଚାର ବିଭାଗୀୟ ତଦନ୍ତ ହୋଇଛି ତାହାର ଭାଗ୍ୟ କଣ ତାହା ରାଜ୍ୟବାସୀ ଜଜାଣିଛନ୍ତି । ତେଣୁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯେଉଁ ଉଚ୍ଚ ପଦସ୍ଥ ଅଫିସର ଦାୟିତ୍ୱରେ ଥିଲେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଦିବାସୀ ବିରୋଧୀ କାର୍ଯ୍ୟକଳାପରୁ ନିବୃତ ରହିବାକୁ ଚେତାବନୀ ଦେଇଛନ୍ତି ।ପିସିସି ସଭାପତିଙ୍କ ସହ ପ୍ରତିନିଧିମଣ୍ଡଳରେ ପିସିସି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତି, ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା, ପିସିସି ଆଦିବାସୀ ସେଲର ଅଧ୍ୟକ୍ଷ ପ୍ରଦୀପ ମାଝୀ, ଜିଲ୍ଲା ସଭାପତି ବିଧାୟକ ଜାକବ୍ ପ୍ରଧାନ, ଏସସି ସେଲର ଅଧ୍ୟକ୍ଷ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ,ପିସିସି ମୁଖପାତ୍ର ସୌଗତ ମହାନ୍ତି, ପ୍ରଦୀପ୍ତ ଦାସ ଓ ସୁଶାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ବାଲିଗୁଡା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦୁଇଜଣ ଆହତଙ୍କୁ ମଧ୍ୟ ପିସିସି ସଭାପତି ଯାଇ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar