Breaking News
Home / Bhubaneswar / High level team of BJP will visit Kandhamal on 12th July 2016

High level team of BJP will visit Kandhamal on 12th July 2016

କନ୍ଧମାଳ ଘଟଣାର ସରଜମିନ୍ ତଦନ୍ତ ପାଇଁ ଆସନ୍ତା ୧୨ରେ ଭର୍ତୀୟ ଜନତା ପାର୍ଟିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିବେ

BJP Press_10.07 (1)

ଭୂବନେଶ୍ୱର, ତା.୧୦/୦୭/୨୦୧୬ (ମନୋମାନୀ ସିଂ): କନ୍ଧମାଳରେ ନିରୀହ ମହିଳା ଓ ଶିଶୁଙ୍କ ସମେତ ୬ ଜଣଙ୍କୁ ଯେଉଁଭଳି ଭାବେ ପୋଲିସ ହତ୍ୟା କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ ବିଫଳତାର ଏହା ଚରମ ନିଦର୍ଶନ ଏବଂଏହି ଘଟଣା ରାଜ୍ୟ ସରକାରଙ୍କ ସଂପୂର୍ଣ୍ଣ ଅପାରଗତାକୁ ପଦାରେ ପକାଇ ଦେଇଛି । ମୂଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଅଧିନରେ ଥିବା ଗୃହ ବିଭାଗର ଅପବ୍ୟବହାର ଓ ରାଜନୀତିକରଣ କରି ମୂଖ୍ୟମନ୍ତ୍ରୀ ତାଙ୍କର ବ୍ୟକ୍ତିଗତ ଏବଂ ଶାସକ ବିଜେଡି ଦଳ ନିଜ ଦଳୀୟ କାର୍ଯ୍ୟରେ ଅପବ୍ୟବହାର କରି ଚାଲିଛନ୍ତି । ତେଣୁ ଉଭୟ ପୋଲିସ ଓ ଗୋଇନ୍ଦା ବିଭାଗ ସ୍ଥାଣୁ ପାଲଟିଯିବା ସହ ପଙ୍ଗୁ ସାଜିଛି । ଫଳସ୍ୱରୁପ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଏହିଭଳି ଅମାନବୀୟ ଘଟଣା ଘଟିଚାଲିଛି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି । ବରଗଡରେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଡିଏସପି ଯଶୋବନ୍ତ ସେନାପତିଙ୍କୁ ରାଜ୍ୟ ସରକାର ଘଟଣାର ପରଦିନ ଯେଉଁଭଳି ଭାବେ ପଦୋନ୍ନତି ଦେଲେ ତାହା ଗୃହ ବିଭାଗର ରାଜନୀତିକରଣକୁ ସ୍ପଷ୍ଟ କରିଛି ।ଏହି ପରିପେକ୍ଷୀରେ ଆସନ୍ତା କାଲି ୧୧ ତାରିଖରେ କନ୍ଧମାଳବାସୀ ଶାନ୍ତିପୂର୍ଣ୍ଣ ଭାବେ ହଡତାଲ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେହିପରି ଆସନ୍ତା ୧୨ ତାରିଖରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଧାୟକ ରବି ନାଏକ, ପ୍ରଦୀପ ପୁରୋହିତ, ଗୋବିନ୍ଦ ଦାଶ ଏବଂ ବିଧାୟିକା ରାଧାରାଣୀ ପଣ୍ଡା, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସୁକେଶୀ ଓରାମ, ସାଧାରଣ ସଂପାଦକ ଅନନ୍ତ ନାୟକ, ସଂପାଦିକା ଶୋଭନା ମହାନ୍ତି, ମୁଖପାତ୍ର ଗୋଲକ ମହାପାତ୍ର, ଅଶୋକ ସାହୁ,ମୋହନ ମାଝୀ, ଛୋଟେଲାଲ ମହନ୍ତ, ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ କନ୍ଧମାଳ ଯାଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତାହତ ପରିବାରବର୍ଗଙ୍କୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିବେ ବୋଲି ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭାଜପା ପକ୍ଷରୁ କୁହାଯାଇଛି ।

BJP Press_10.07 (2)

About surendrahota

Leave a Reply

%d bloggers like this:
Skip to toolbar