Breaking News
Home / Crime / Mao Camp destroyed in Sundargarh District

Mao Camp destroyed in Sundargarh District

ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ବହୁ ମାଓ କ୍ୟାମ୍ପ ଧ୍ୱଂସ ୭୪ଟି ଅଫୁଟାଗୁଳି, ୧୦ ଡିଟୋନେଟର ସମେତ ବହୁ ମାଓ ସମାଗ୍ରୀ ଜବତ

Maoist_3

ରାଉରକେଲା, ୯ା୭/୨୦୧୬ (ମନୋମାନୀ ସିଂ) ରାଉରକେଲା ପୋଲିସ ଜିଲ୍ଲାର କେ. ବଲାଙ୍ଗ ଥାନା ଅନ୍ତର୍ଗତ ସାନବାଲିଯୋଡିର ଶିଲପଟ୍ଟା ରିଜର୍ଭ ଜଙ୍ଗଲରେ ଆଜି ରାଉରକେଲା ପୋଲିସ ଓ ସିଆର୍ପିଏଫର ମିଳିତ କମ୍ବିଂ ଅପରେସନ ସମୟରେ ମାଓବାଦୀଙ୍କ ସହିତ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ କିଛି ମାଓବାଦୀ ଆହାତ ହେବା ସହ ବହୁ ସଂଖ୍ୟାରେ ମାଓବାଦୀମାନେ କ୍ୟାମ୍ପ ଛାଡି ପଳାୟନ କରିଥିଲେ ବୋଲି ସୂଚନା ଦେଇ କହିଛନ୍ତି ପଶ୍ଚିମାଂଚଳ ଆଇଜି ଆର୍.କେ. ଶର୍ମା ।ଶ୍ରୀ ଶର୍ମାଙ୍କ ସୂଚନା ମୁତାବକ ଗତ ୧୫ ଜୁନ୍ରୁ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ରାଉରକେଲା ପୋଲିସ ଓ ସିଆର୍ପିଏଫ ର ମିଳିତ କମ୍ବିଂ ଅପରେସନ ଜାରି ରହିଛି । କମ୍ବିଂ ଅପରେସନ ଚାଲିଥିଲାବେଳେ ଗତମାସ ୨୩ ଓ ୨୮ ତାରିଖରେ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷାବଳ ଓ ମାଓବାସଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେତବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଧେଇ ପଳାଇଥିଲେ ମଧ୍ୟ ସେମାନଙ୍କ କ୍ୟାମ୍ପ ଠାବ ହେବା ସହ ବ୍ୟବହାର କରୁଥିବା କିଛି ସାମଗ୍ରୀ ଜବତ କରାଯାଇଥିଲା । ଏହା ପରେ ଏହି ଅଭିଯାନକୁ ଅଧିକ ଗତିଶିଳ କରିବାକୁ ଯାଇ ଆଜି ସକାଳ ୭.୩୦ରେ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । କମ୍ବିଂ ଅପରେସନ ଚାଲିଥିଲାବେଳେ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ତେଣୁ ସୁରକ୍ଷା ବଳ ପାଲଟା ଜବାବରେ ମଧ୍ୟ ଗୁଳି ଚଳାଇଥିଲେ । ଏଥିରେ ପ୍ରାୟ ଉଭୟ ପକ୍ଷରୁ ୧୫୦ ରୁ ୨୦୦ ରାଉଣ୍ଡ ଗୁଳି ଚାଲିଥିଲା । ଏହି ଆକ୍ରମଣର ପ୍ରାୟ ୫୦ ରୁ ୬୦ ଜଣ ମାଓବାଦୀ ସାମିଲ ଥିବାର ସନେ୍ଦହ କରାଯାଉଛି ବୋଲି ଶ୍ରୀ ଶର୍ମା କହିଥିଲେ । ସୁରକ୍ଷା ବଳର ପାଲଟା ଆକ୍ରମଣର ମୁକାବିଲା କରିନପାରି ମାଓବାଦୀମାନେ ଛତ୍ର ଭଙ୍ଗ ଦେଇଥିଲେ ଫଳରେ କାହାରିକୁ ଧରିବାରେ ସୁରକ୍ଷା ବଳ ସକ୍ଷମ ହୋଇପାରିନଥିଲେ କିମ୍ବା କୌଣସି ସୁରକ୍ଷା କର୍ମୀଙ୍କର କୌଣସି କ୍ଷତି ହୋଇନଥିଲା । କିନ୍ତୁ ଯେଉଁ ପ୍ରକାର ଗୋଳି-ବାରି ହୋଇଥିଲା ସେଥିରେ କିଛି ମାଓବାଦୀ ଆହାତ ହୋଇଥିବାର ସମ୍ଭାବନା ରହିଛି ବୋଲି ଶ୍ରୀ ଶର୍ମା କହିଥିଲେ । ସେହିପରି ଆଜିର କମ୍ବିଂ ଅପରେସନ ଦ୍ୱାରା ମାଓବାଦୀଙ୍କର ପାଖାପାଖି ୨୫ ରୁ ୩୦ଟି କ୍ୟାମ୍ପ ଧ୍ୱଂସ କରାଯିବା ସହିତ ସେମାନଙ୍କ କ୍ୟାମ୍ପରୁ ୭୪ଟି ଅଫୁଟା ଗୁଳି, ୧୦ଟି ଡିଟୋନେଟର, ଏ.କେ. ୪୭ର ଖୋଖା, ମାଓବାଦୀଙ୍କ ପ୍ରଚାରପତ୍ର, ମାଓବାଦୀ ପୋଷାକ, କ୍ୟାମ୍ପରେ ବ୍ୟବହାର ହେଉଥିବା ସାମଗ୍ରୀ ଜବତ କରାଯାଇଛି । କମ୍ବିଂ ଅପରେସନ ଜାରି ରହିଥିଲାବେଳେ ସେଠାକୁ ଅଧିକ ସୁରକ୍ଷା ବଳ ପଠାଯାଇଛି ଏହାକୁ ଆହୁରି ତିବ୍ର କରିବାକୁ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ଏହି ଅବସରରେ ସିଆର୍ପିଏଫ ୧୯ ବାଟାଲିଅନ କମାଣ୍ଡାଂଟ ହିମାଂଶୁ କୁମାର ଓ ରାଉରକେଲା ଏସ୍ପି ଅନିରୁଦ୍ଧ ସିଂହ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଯୋଗ୍ୟଯେ ଅନେକ ଦିନର ନିରବତା ପରେ ରାଉରକେଲା ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୁଣି ସକ୍ରୀୟ ହୋଇଥିବାର ଜଣା ପଡିଛି । ଏହାର ଉଦାହରଣ ହେଲା ଗତମାସ ୨୩ ଓ ୨୮ ତାରିଖ ଏବଂ ଆଜିର କମ୍ବିଂ ଅପରେସନର ଫଳାଫଳ ।

Maoist_1 Maoist_2

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar