Breaking News
Home / Bargarh / Highway Rubbery :Sweller injured on firing at Attabira

Highway Rubbery :Sweller injured on firing at Attabira

ଅତାବିରାରେ ଅଳଙ୍କାର ଦୋକାନୀଙ୍କୁ ଗୁଲି:ଆହତଙ୍କୁ ବୁର୍ଲା ସ୍ଥାନାନ୍ତର
ଅତାବିରା,୭/୭/୨୦୧୬(କୌସିକ ମହାକୁଡ଼)-ଆଜି ରାତ୍ର ପ୍ରାୟ ସାଢ଼େ ନଅଟା ସମୟରେ ଅତାବିରା ଥାନା ଅର୍ନ୍ତଗତ ଲାଦେରପାଲି ମନୋଜ ଢ଼ାବା ଓ ଘଣ୍ଟାଶୁଣୀ ମନ୍ଦିରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏକ ପଲସର ବାଇକରେ ଛପି ରହିଥିବା କିଛି ଅଜ୍‌୍ୟାତ ବ୍ୟଙ୍କି ଅଳଙ୍କାର ବ୍ୟବସାୟୀ ନୀଲ ସରାଫଙ୍କ ଉପରୁ ଗୁଲି ଚାଲନା କରିବାରୁ ସେ ଗୁରୁତର ରୂପେ ଆହତ ହୋଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ନୀଲ ସରାଫ ଓ ତାଙ୍କ ଭାଇ ଶ୍ୟାମ ସରାଫ ପ୍ରତିଦିନ ପରି ଅତାବିରାରେ ଦେଇଥିବା ଅଲଙ୍କାର ଦୋକାନକୁ ବନ୍ଦ କରି ନିଜ ଘର ଦେବାହଲକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁଘଟଣା ସମ୍ପର୍କରେ ଶ୍ୟାମ ସରାଫଙ୍କ ଠାରୁ ସୂଚନା ପାଇ ଅତାବିରା ଥାନାର ଇନ୍ସପେକ୍ଟର ଇନଚାର୍ଯ ବିଭୁତି ଭୂଷଣ ଭୋଇ ଏବଂ ବରଗଡ଼ ପୁଲିସ ଏସଡ଼ିପିଓ ନୃପଚରଣ ଡ଼ନସେନା ଘଟଣାସ୍ଥଳରେ ପହଞ୍ଚôଥିଲେ । ସେମାନେ ଆହତ ନୀଳ ସରାଫଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ । ପୁଲିସ ଘଟଣା ସ୍ଥଳରେ ତିନୋଟି ଜୀବନ୍ତ ଗୁଲି ଓ ଦୁଇଟି ଖୋକା ଜବତ କରିଛି । ଦୁର୍ବୁର୍ତ୍ତଙ୍କ ଗୁଲି ନୀଳ ସରାଫଙ୍କ ହାତରେ ଲାଗିଥିବାରୁ ସେ ଛିଟିକି ପଡ଼ିଥିଲେ । ପୁଲିସ ଘଟଣା ସ୍ଥଳରେ ତଦନ୍ତ କରିବା ସହ ଫେରାର ଅଭିଯୁକ୍ତଙ୍କ ଧରିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି ।

About surendrahota

Leave a Reply

%d bloggers like this:
Skip to toolbar