Breaking News
Home / Bargarh / Gangadhar Meher Bunkar Penson Yojana (GMBPY) from August for the older Weavers of Odisha: Handloom & Textile Minister Smt Snehangini Churia

Gangadhar Meher Bunkar Penson Yojana (GMBPY) from August for the older Weavers of Odisha: Handloom & Textile Minister Smt Snehangini Churia

ରାଜ୍ୟର ବରିଷ୍ଠ ବୁଣାକାର ମାନଙ୍କ ପାଇଁ ଲାଗୁହେବ ଗଙ୍ଗାଧର ମେହେର ବୁଣାକାର ପେନସନ ଯୋଜନା: ରାଜ୍ୟ ହସ୍ତତନ୍ତ ଓ ବୟନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ

Snehangini Churia
ବରଗଡ଼,୭/୭(ସୁରେନ୍ଦ୍ର ହୋତା)-କୃଷି ଉପରାନ୍ତେ ହସ୍ତତନ୍ତ ଓଡ଼ିଶାବାସୀଙ୍କ ଅନ୍ୟତମ ପ୍ରମୁଖ ଜୀବନ ଜିବୀକାର ସାଧନ । ରାଜ୍ୟର ଅନୁନ୍ୟ ଦୁଇ ଲକ୍ଷ ବ୍ୟକ୍ତି ହସ୍ତତନ୍ତ ଓ ବୟନଶିଳ୍ପକୁ ସେମାନଙ୍କ କୌଳିକ ବୃତ୍ତି ଓ ଜୀବିବା ଉପାର୍ଜନର ସାଧନ ରୂପେ ଗ୍ରହଣ କରିଛନ୍ତି ।ତେବେ କଳତନ୍ତର ପ୍ରଭାବ ସାଙ୍ଗକୁ ଜାତୀୟ ସ୍ତରରେ ସୂତାରଙ୍ଗ ବଢ଼ି ଚାଲିଥିବାରୁ ରାଜ୍ୟର ହସ୍ତତନ୍ତ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ୁଛି ।ଏହି କାରଣରୁ ବହୁ ବୁଣକାର ସେମାନଙ୍କର କୌଳିକ ବୃତ୍ତିରୁ ଓହରି ଯାଉଥିବାରୁ ଏ ନେଇ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ବୁଣାକାର ମାନଙ୍କୁ ପୂର୍ବବତ ସେମାନଙ୍କ କୌଳିକ ବୃତ୍ତିରେ ନିୟୋଜିତ ରଖିବା ଏବଂ ଓଡ଼ିଶାର ହସ୍ତତନ୍ତ ଓ ହସ୍ତକଳାର ଉକ୍ରର୍ଷତାକୁ ବଜାୟ ରଖିôବା ପାଇଁ ଓଡ଼ିଶା ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଠାରେ ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ବୁଣାକାର ମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରୀପାଇଁ ବୁଣାକାର ସମବାୟ ସମିତି ଅଥବା ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ନେସନାଲ ହେଣ୍ଡଲୁମ ଡ଼େଭେଲପମେଣ୍ଟ ପ୍ରୋଗ୍ରାମ (ଏନଏଚଡ଼ିପି) ମାଧ୍ୟମରେ କେବଳ ସରକାରୀ ଏଜେନସିଜ ଗୁଡ଼ିକୁ ବଜାର ଉନ୍ନୟନ ଯୋଜନାରେ ସ୍ୱଳ୍ପ କିଛି ସହାୟତା ମିଲୁଥିଲା ।ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ୨୦୧୬-୧୭ ବର୍ଷ ଠାରୁ ଓଡ଼ିଶା ରାଜ୍ୟ ସରକାର ବୟନିକା, ଉକ୍ରଳିକା, ସେରିଫେଡ଼ ଆଦି ଏପେକ୍ସ ସୋସାଇଟି ସମେତ ସମ୍ବଲପୁରୀ ବସ୍ତ୍ରାଳୟ ପରି ପ୍ରାଥମିକ ବୁଣାକାର ସମବାୟ ସମିତି ଗୁଡ଼ିକୁ ବାର୍ଷିକ ୧୦୦ ଦିନ ପାଇଁ ଲୁଗା ବିକ୍ରର ଉପରେ ଗ୍ରାହକଙ୍କୁ ୧୦% ରିହାତି ଦେିଆଯିବ ବୋଲି ମନ୍ତ୍ରୀ ଶ୍ରୀମତୀ ଛୁରିଆ ପ୍ରକାଶ କରଛନ୍ତି । ଏତଦ୍ୱାରା ସିଧାସଲଖ ଉପଭୋକ୍ତା ମାନେ ଲାଭବାନ ହେବେ ବୋଲି ସେ ଆଶା କରିଛନ୍ତି । ମୁଖ୍ୟତଃ ସାବିତ୍ରୀ ବ୍ରତ ଓ ରଜ ସମୟରେ (୧୮ ଦିନ), ରଥଯାତ୍ରା (୭ ଦିନ),ଗଣେଶ ପୂଜା ନୂଆଁଖାଇ (୧୨ ଦିନ),ଦଶରା ଭାଇଜିଉଁତିଆ,କୂମାର ପୂର୍ଣ୍ଣିମା (୨୧ ଦିନ), କାଳୀ ପୂଜା ଦିପାବଳୀ (୭ଦିନ),ଖ୍ରୀଷ୍ଟମାସ ଓ ନବ ବର୍ଷ (୧୨ ଦିନ), ମକର ଓ ପୋଙ୍ଗଲ (୬ଦିନ), ସରସ୍ୱତୀ ପୂଜା (୧୦ଦିନ) ଓ ଦୋଲ ଏବଂ ହୋଲି ସମୟରେ ୭ ଦିନ ଏପ୍ରକାର ବର୍ଷକ ମୋଟ ୧୦୦ ଦିନ ଓଡ଼ିଶାରେ ହସ୍ତତନ୍ତ ବସ୍ତ୍ର ଉପରେ ଉପଭୋକ୍ତା ମାନେ ୧୦% ରିହାତି ପାଇ ପାରିବେ । ସମ୍ପୃକ୍ତ ଏପେକ୍ସ ସୋସାଇଟି ଏବଂ ପ୍ରାଇମେରୀ ସୋସାଇଟି ବର୍ଷକ ଥରେ ସେମାନଙ୍କର ଚୂଡ଼ାନ୍ତ କ୍ଳେମ ରାଜ୍ୟ ସରକାରଙ୍କ ନିକଟରୁ ପାଇ ପାରିବେ ବୋଲି ସେ ସୂଚନା ଦେଇଥିଲେ । ସେହିପରି ଆଗାମୀ ୭ ଅଗଷ୍ଟ ୨୦୧୬ (ଦ୍ୱିତୀୟ ଜାତୀୟ ହସ୍ତତନ୍ତ ଦିବସ) ଠାରୁ ଓଡ଼ିଶା ରାଜ୍ୟ ସରକାର ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସର ବୁଣାକାର ମାନଙ୍କ ପାଇଁ ‘ଗଙ୍ଗାଧର ମେହେର ବୁନକର ପେନସନ ଯୋଜନା’ (ଜିଏମବିପିୱାଇ) କାଯ୍ୟକାରୀ କରିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀମତୀ ଛୁରିଆ ପ୍ରକାଶ କରିଛନ୍ତି ।ବୁଣାକାର ଜାତିର ଗର୍ବ ଓ ଗୌରବ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାମରେ ଏହି ଯୋଜନାକୁ ନାମିତ କରାଯାଇ ତାହାକୁ ଉତ୍ସର୍ଗୀକୃତ କରାଯାଉଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅନୁନ୍ୟ ୨୦ ବର୍ଷର ବୁଣା ଅଭିଜ୍ଞତା ସହ ୬୦ ବର୍ଷ ହୋଇଥିବା ଓ ତହସିଲଦାରଙ୍କ ପ୍ରମାଣପତ୍ର ମୁତାବକ ୪୮ ହଜାର ଟଙ୍କାରୁ କମ ଆୟଥିବା ଓ ଅନ୍ୟାନ୍ୟ ଭତ୍ତା ପାଉ ନଥିବା ରାଜ୍ୟର ପ୍ରତ୍ୟେକ ବୁଣାକାର ଏହି ଯୋଜନାରୁ ଲାଭାନ୍ୱିତ ହୋଇ ପାରିବେ । ଏହି ଯୋଜନାରେ ସମ୍ପୃକ୍ତ ବୁଣାକାରଙ୍କୁ ମାସିକ ୫୦୦ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ।ତେବେ ପଦ୍ମ ପୁରସ୍କାର ଲାଭ କରିଥିବା ଅଥବା ସନ୍ଥ କବୀର ପୁରସ୍କାର,ଜାତୀୟ ପୁରସ୍କାର ଓ ରାଜ୍ୟ ପୁରସ୍କାର ଲାଭ କରିଥିବା ଏହି ବର୍ଗର ବୁଣାକାର ମାନଙ୍କୁ ଏହି ଯୋଜନାରେ ମାସିକ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସୂଚନା ଦେଇଥିଲେ ।‘ଗଙ୍ଗାଧର ମେହେର ବୁନକର ପେନସନ ଯୋଜନା’ ରେ ରାଜ୍ୟର ଅନୁନ୍ୟ ଆଠ ହଜାର ବରିଷ୍ଠ ବୁଣକାର ଲାଭାନ୍ୱିତ ହେବେ ଏବଂ ଏଥି ସକାଶେ ସରକାରଙ୍କ ଉପରେ ବାର୍ଷିକ ୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ।ଏଥି ସକାଶେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ଚଳିତ ବର୍ଷ ପାଇଁ ୪.୪୨କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସୂଚନା ଦେଇଛନ୍ତି ।

About surendrahota

Leave a Reply

%d bloggers like this:
Skip to toolbar