Breaking News
Home / Bhubaneswar / Relief work of IRC at Car Festival Puri

Relief work of IRC at Car Festival Puri

Bhubaneswar 05.07.2016 .001

ରଥଯାତ୍ରା ଅବସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ସାମାଜିକ ସେବା ଶିବିର ଉଦ୍ଘାଟିତ
ଭୁବନେଶ୍ୱର, ତା.୦୫.୦୭.୨୦୧୬ (ମନୋମାନୀ ସିଂ) – ପବିତ୍ର ରଥଯାତ୍ରା ୨୦୧୬ ଅବସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି,ଓଡିଶା ରାଜ୍ୟ ଶାଖା, ଯୁବ ରେଡ଼କ୍ରସ୍, ଜୁନିଅର ରେଡ଼କ୍ରସ୍ ଏବଂ ପୁରୀ ଜିଲ୍ଲା ରେଡ଼କ୍ରସ୍ ଶାଖାର ମିଳିତ ସହଯୋଗରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଉପସ୍ଥିତ ଯାତ୍ରୀ/ପର୍ଯ୍ୟଟକ ମାନଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପୁରୀ ସ୍ଥିତ ତା ୦୫.୦୭.୨୦୧୬ ରିଖରେ ଏକ ରାଜ୍ୟସ୍ତରୀୟ ସାମାଜିକ ସେବା ଶିବିରର ଉଦ୍ଘାଟନ କରାଯାଇଅଛି । ବ୍ୟକ୍ତିଗତ ସ୍ୱଚ୍ଛତା ତଥା ସ୍ୱାସ୍ଥ୍ୟ ଓ ପରିମଳ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ରାଜ୍ୟ ରେଡ଼କ୍ରସ୍ର ସଦସ୍ୟ/ସଦସ୍ୟା, ଯୁବ ରେଡ଼କ୍ରସ୍ ଏବଂ ଜୁନିଅର ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଭକ୍ତ/ଯାତ୍ରୀମାନଙ୍କୁ ସେବା ପ୍ରଦାନ କରିବା ଏହି ଶିବିରର ମୁଖ୍ୟ ଉଦେ୍ଦଶ୍ୟ । ଉକ୍ତ ସାମାଜିକ ସେବା ଶିବିରକୁ ଓଡିଶାର ମହାମହିମ ରାଜ୍ୟପାଳ ତଥା ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ସଭାପତି ମାନ୍ୟବର ଡଃ. ଏସ୍.ସି.ଜମିର୍ ମହୋଦୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ଯୁବ ରେଡ଼କ୍ରସ, ଜୁନିଅର ରେଡ଼କ୍ରସ୍. ଏବଂ ରେଡ଼କ୍ରସ୍ ଜିଲ୍ଲା ଶାଖାର ସ୍ୱେଚ୍ଛାସେବୀ ମାନେ ଆନନ୍ଦ ସହକାରେ ରଥଯାତ୍ରା ସମୟରେ ଯାତ୍ରୀ/ପର୍ଯ୍ୟଟକ ମାନଙ୍କୁ ଆବଶ୍ୟକ ସେବା ଯୋଗାଇ ଦେବା ପାଇଁ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ଜୁନିଅର ରେଡ଼କ୍ରସ୍, କାର୍ଯ୍ୟକରିଣୀ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ତାଙ୍କ ଅଭିଭାଷଣରେ ଓଡିଶା ରାଜ୍ୟ ଶାଖାର ସ୍ୱେଚ୍ଛାସେବୀ ମାନଙ୍କ ସାହାଯ୍ୟରେ ରାଜ୍ୟରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିବା ସହିତ ଏହି ପବିତ୍ର ରଥଯାତ୍ରା ସମୟରେ ଯାତ୍ରୀ ମାନଙ୍କର ସେବା କରିବା ପାଇଁ ପ୍ରଭୁ ଜଗନ୍ନାଥ ସେମାନଙ୍କୁ ଆର୍ଶୀବାଦ କରନ୍ତୁ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ତଥା ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ରେଡ଼କ୍ରସ୍ର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକର ଭୁୟସୀ ପ୍ରଶଂସା କରିବା ସହିତ ରାଜ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଆଣିଥିବା ପରିବ?ନ ପାଇଁ ଯୁବ ସ୍ୱେଚ୍ଚାସେବୀ ମାନଙ୍କର ଭୁମିକା ଅତି ଗୁରୁତ୍ୱପୁର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ବିଗତ ନବକଳେବର ରଥଯାତ୍ରାରେ ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କର ନିଶ୍ୱାର୍ଥପର ସେବା ସାରା ବିଶ୍ୱରେ ଦୃଷ୍ଟାନ୍ତ ସୃଷ୍ଟି କରିଛି । ଏଥିପାଇଁ ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ରେଡ଼କ୍ରସ୍ ଶାଖାର ଅବୈତନିକ ସଚିବ, ଡାଃ. ଚକ୍ରଧର ପଣ୍ଡା ତାଙ୍କ ସ୍ୱାଗତ ଭାଷଣରେ ରଥଯାତ୍ରାରେ ରେଡ଼କ୍ରସ୍ ରାଜ୍ୟ ଶାଖା ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରିବା ସହିତ ବିପର୍ଯ୍ୟୟ ଏବଂ ସାମାଜିକ ସେବା ସମୟରେ ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କର ସେବା ସବୁବେଳେ ଅବଶ୍ୟକତା ରହିଛି । ଏତତ୍ ବ୍ୟତିତ ହେନେରୀ ଡ଼ୁନାଣ୍ଟଙ୍କର ରେଡ଼କ୍ରସ ଆନେ୍ଦାଳନକୁ ବଜାୟ ରଖିବା ସହିତ ଆଜି ଏହି ପବିତ୍ର ରଥଯାତ୍ରାରେ ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ତ୍ୟାଗପୁତ ସେବା ଯୋଗାଇଦେବା ପାଇଁ ଆହ୍ମାନ ଦେଇଥିଲେ ।ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପୁରୀର ଅଧ୍ୟକ୍ଷ ପ୍ରଫେସର ଡ଼ା. ସୁଦର୍ଶନ ବେହେରା, ଉକ୍ତ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ରେଡ଼କ୍ରସ୍ ଅଫିସର ଡ଼ଃ କଳ୍ପନା ଦାସ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା ଏଥିସହିତ ରେଡ଼କ୍ରସର ନବକଳେବରରେ ସେବା ସଂର୍ପକିତ ଏକ ପୁସ୍ତକ(ଝବମକ୍ସରୟ ଝରକ୍ସଙ୍ଖସମର ସଦ୍ଭ ଗ୍ଧଷର ଝବମକ୍ସରୟ ଖବଦ୍ଭୟ)ମହାମହିମ ରାଜ୍ୟପାଳଙ୍କଦ୍ୱାରା ଉନ୍ନୋଚନ କରାଯାଇଥିଲା ।ପବିତ୍ର ରଥଯାତ୍ରା ସମୟରେ ରେଡ଼କ୍ରସ୍ର ସଦସ୍ୟ/ସଦସ୍ୟା, ଯୁବ ରେଡ଼କ୍ରସ୍, ଜୁନିଅର ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ ଓ ରାଜ୍ୟ ଶାଖାର କର୍ମଚାରୀ ମାନଙ୍କଦ୍ୱାରା ଆଘାତପ୍ରାପ୍ତ ଭକ୍ତମାନଙ୍କୁ ଷ୍ଟ୍ରେଚର ସେବା, ପ୍ରାଥମିକ ଉପଚାର,ବଡଦାଣ୍ଡ ସଫେଇ, ଜଳ ବଣ୍ଟନ ଓ ଜଳ ସିଞ୍ଚନ କାର୍ଯ୍ୟକ୍ରମ ମାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏତତ୍ ବ୍ୟତିତ ଜରୁରୀକାଳୀନ ସେବା ପ୍ରଦାନ ନିମନ୍ତେ ବଡଦାଣ୍ଡରେ ଦୁଇଗୋଟି ଆମ୍ବୁଲାନ୍ସ ଅବସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

Bhubaneswar 05.07.2016 .002 Bhubaneswar 05.07.2016 .003

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar