Breaking News
Home / Bhubaneswar / Memorandum of BJP to Governor of Odisha

Memorandum of BJP to Governor of Odisha

ସୁରକ୍ଷାକୁ ନେଇ ମୂଖ୍ୟମନ୍ତ୍ରୀଙ୍କ ଉପରେ ରାଜ୍ୟବାସୀ ସଂପୂର୍ଣ୍ଣ ଆସ୍ଥା ହରାଇଛନ୍ତି : ବିଜେପି

BJD sarakara ra 16barsa re stanuta.aparagata . o kendra mantri manaka upare maranantak akramana pratibadare bjp pakhyaru rajbhavana samukhare dharana 07

ଭୂବନେଶ୍ୱର, ତା.୦୪/୦୭/୨୦୧୬ (ମନୋମାନୀ ସିଂ): ବରଗଡ ବିକାଶ ପର୍ବରେ ଯୋଗ ଦେବାକୁ ଆସିଥିବା ୨ଜଣ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କୁ ଯେଉଁ ଭଳି ଯୋଜନାବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଗଲା, ତାହା ସମଗ୍ର ରାଜ୍ୟବାସୀଙ୍କୁ ନିନ୍ଦିତ ଏବଂ ଲଜ୍ଜିତ କରିଛି । “ଅତିଥି ଦେବୋ ଭବଃ”କୁ ସର୍ବଦା ଆପଣାଇଥିବା ଆମ ରାଜ୍ୟର ମହାନ ସଂସ୍କୃତି ପ୍ରତି ଏହା ଅପମାନ ଅଟେ । ମୂଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କ ମନ୍ତ୍ରୀଗଣ, ଶାସକ ବିଜେଡି ଦଳର ନେତାମାନଙ୍କ ଦ୍ୱାରା ପ୍ରଶାସନ, ପୋଲିସର ସଂପୂର୍ଣ୍ଣ ସହାୟତାରେ ଏହି ନିନ୍ଦନୀୟ ଘଟଣା ଘଟିଛି । ସର୍ବସାଧାରଣରେ ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ୱାରା ଖୋଲିଖୋଲି ଭାବେ କୈାଣସି କେନ୍ଦ୍ରମନ୍ତ୍ରୀଙ୍କୁ ଜିଲ୍ଲାରେ ପୁରାଇ ଦିଆଯିବ ନାହିଁ ବୋଲି ମନ୍ତବ୍ୟ ଦେବା, ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ କେନ୍ଦ୍ରମବୀଙ୍କ ଉପରେ ଆକ୍ରମଣ କରିବା ଇତ୍ୟାଦି ଶାସକ ଦଳର ଗୁଣ୍ଡାରାଜକୁ ଦର୍ଶାଇବା ସହିତ ଶାସକ ବିଜେଡି ଦଳ ନିଜର ସଂକୀର୍ଣ୍ଣ ମନୋଭାବକୁ ପ୍ରକାଶ କରିଛି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ପ୍ରଶାସନିକ ଦକ୍ଷତା ସଂପୂର୍ଣ୍ଣ ଭାବେ ଫେଲ ମାରିଛି । ବିଭିନ୍ନ ସମ୍ବାଦପତ୍ର ଏବଂ ଗଣମାଧ୍ୟମରେ ମନ୍ତ୍ରୀ, ବିଧାୟକ ଓ ଶାସକ ଦଳ ନେତାମାନଙ୍କ ସିଧାସଳଖ ସଂପୃକ୍ତି ଥିବାର ପ୍ରମାଣିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଆରଡିସି ତଦନ୍ତ କରାଇବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ।ଏହି ଘଟଣା ପରେ ଭାରତୀୟ ଜନତା ପାର୍ଟି, ରାଜ୍ୟ ସରକାର ଏବଂ ପୋଲିସ ଉପରେ ସଂପୂର୍ଣ୍ଣ ଆସ୍ଥା ହରାଇ ଛନ୍ତି । ଏହି ଘଟଣାକୁ ଗମ୍ଭୀରତା ସହ ବିଚାରକୁ ନେଇ ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କନକ ବର୍ଦ୍ଧନ ସିଂହଦେଓ, ବିଶ୍ୱଭୂଷଣ ହରିଚନ୍ଦନ ଓ ବିଜୟ ମହାପାତ୍ର, ବିଧାୟକ ରବି ନାରାୟଣ ନାଏକ, ପ୍ରଦୀପ ପୁରୋହିତ, ଗୋବିନ୍ଦ ଦାଶ ଓ ନିତେଶ ଗଙ୍ଗଦେବ, ବିଧାୟିକା ରାଧାରାଣୀ ପଣ୍ଡା, ବରିଷ୍ଠ ନେତା ମନମୋହନ ସାମଲ, ପ୍ରତାପ ଷଡଙ୍ଗୀ ଓ ସଂଗୀତା ସିଂହଦେଓ, ରାଜ୍ୟ ଉପ ସଭାପତି ବିଷ୍ନୁ ସେଠୀ, ନୟନ ମହାନ୍ତି, ଅଶ୍ୱିନୀ ଷଡଙ୍ଗୀ ଓ ରାଜକିଶୋର ଦାସ, ସାଧାରଣ ସଂପାଦକ ଅନନ୍ତ ନାୟକ, ସୁକେଶୀ ଓରାମ ପ୍ରମୁଖ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar