Breaking News
Home / Congress / Greetings of PCC President Prasad Harichandan for KBK Bandh

Greetings of PCC President Prasad Harichandan for KBK Bandh

କେବିକେ ବନ୍ଦ ପୂର୍ଣ୍ଣ ସଫଳତା ପାଇଁ ଜନସାଧାରଣଙ୍କୁ ପ୍ରସାଦଙ୍କ ଅଭିନନ୍ଦନ
ଭୁବନେଶ୍ୱର ତା ୦୨.୦୭.୨୦୧୬ (ମନୋମାନୀ ସିଂ) – ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ମାନଙ୍କ ପାଇଁ ୟୁପିଏ ସରକାର ଦ୍ୱାରା ପ୍ରଣୟନ କରାଯାଇଥିବା ଜଙ୍ଗଲ ଅଧିକାର ଆଇନ – ୨୦୦୬ କୁ କାର୍ଯ୍ୟକାରୀ କରାନଯିବା ଏବଂ ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାରର ଆଦିବାସୀ ଶୋଷଣ ଏବଂ ମାରଣ ନୀତି ବିରୁଦ୍ଧରେ କଂଗ୍ରେସ ଦଳ ପକ୍ଷରୁ ଆଜି ଦିଆଯାଇଥିବା କେବିକେ ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ ହୋଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ସମସ୍ତ ଜନସାଧାରଣ ଏହି ବନ୍ଦ ଡାକରା ପ୍ରତି ଅଦ୍ଭୁତପୂର୍ବ ସମର୍ଥନ ଜଣାଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ସେମାନଙ୍କ ପ୍ରତି ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଜିଲ୍ଲା ମାନଙ୍କରେ ବନ୍ଦକୁ ସଫଳ କରାଇଥିବାରୁ ସମସ୍ତ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀମାନଙ୍କୁ ଶ୍ରୀ ହରିଚନ୍ଦନ ଅଭିନନ୍ଦନ ଜଣାଇଛନ୍ତି । ଆଦିବାସୀମାନଙ୍କୁ ଜମି ପଟ୍ଟା କେବଳ ନାମକୁ ମାତ୍ର ମିଳୁଛି କିନ୍ତୁ ଜମିର ଚିହ୍ନଟ ହୋଇପାରୁନାହିଁ ଓ ଦଖଲ ମିଳିପାରୁ ନାହିଁ । ଜଙ୍ଗଲଯାତ ଦ୍ରବ୍ୟ ଉପରେ ବନବାସୀମାନଙ୍କର ଅଧିକାର ଠିକ୍ ଭାବରେ ସାବସ୍ତ୍ୟ ହୋଇ ପାରୁ ନାହିଁ ଏବଂ ସରକାର ଦଲାଲ ମାନଙ୍କ ସହାୟତାରେ ଆଦିବାସୀମାନଙ୍କୁ ଶୋଷଣ କରି·ଲିଛନ୍ତି । ଅତୀତରେ ରାଇଘରରେ ୩ଜଣ, ମାଇକ ରେ ୫ ଜଣ ଏବଂ କଳିଙ୍ଗ ନଗରରେ ୧୩ଜଣ ଆଦିବାସୀ ନିଜ ଅଧିକାର ପାଇଁ ଳଢ଼େଇ କରୁଥିବାବେଳେ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି । ତେଣୁ ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାର ସଂପୂର୍ଣ୍ଣରୂପେ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଆଗାମୀ ଦିନରେ ଏହି ଆନେ୍ଦାଳନକୁ ଆହୁରି ତିବ୍ରତର କରିବ ବୋଲି ଶ୍ରୀ ହରିଚନ୍ଦନ ସରକାରଙ୍କୁ ଚେତାବନି ଦେଇଛନ୍ତି ।

photo (1)

About surendrahota

Leave a Reply

%d bloggers like this:
Skip to toolbar