Breaking News
Home / Bhubaneswar / Demonstration of BJP at Raj Bhawan on 4th July

Demonstration of BJP at Raj Bhawan on 4th July

ଦୁଇ କେନ୍ଦ୍ରମବୀଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ସାରା ରାଜ୍ୟରେ ହେଉଥିବା ଗଣଧାରଣା ଓ ବିକ୍ଷୋଭରେ ଲକ୍ଷାଧିକ କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ ଓ ବ୍ୟାପକ ଜନ ସମର୍ଥନ: ବିଜେପି

ଭୁବନେଶ୍ୱର, ୨୯/୬/୨୦୧୬: (ମନୋମାନୀ ସିଂ)ବରଗଡ଼ ଠାର ଦୁଇଜଣ କେନ୍ଦ୍ର ମବୀ ଓ ଜଣେ ପୂର୍ବତନ ମୁଖ୍ୟମବୀଙ୍କ ଉପରେ ବିଜେଡ଼ି ଦ୍ୱାରାହୋଇଥିବା ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ସମସ୍ତ ୩୧୪ ବ୍ଲକ ଅଫିସ୍ ଏବଂ କିଛି ସ୍ଥାନରେ ଜିଲ୍ଲା କାର୍ଯ୍ୟାଳୟ ଘେରାଉ କରିଥିଲେ ଓ ବିକ୍ଷୋଭ କରିଥିଲେ । ଦୁଇଟି ପ୍ରମୁଖ ଦାବୀ ଯଥା ଓଡ଼ିଶାରମୁଖ୍ୟମବୀ ଓଡ଼ିଶାର ଆତିଥେୟତାର ସଂସ୍କୃତି ତଥା ସଂଘୀୟ ବ୍ୟବସ୍ଥାର ହନନ କରିଥିବାରୁ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ଏବଂ ଏହି ଆକ୍ରମଣ ସହ ଜଡ଼ିତ ଥିବା ବିଜୁ ଜନତା ଦଳର ସାଂସଦ, ବିଧାୟକ ତଥା କର୍ମୀଙ୍କୁ ତୁରନ୍ତ ଗିରଫ କରାଯାଇ ଫୌଜଦାରୀ ମକଦ୍ଦମା ରୁଜୁ କରାଯାଉ । ଏହି ଆନେ୍ଦାଳନକୁ ସଫଳ କରିଥିବାରୁ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ସମର୍ଥନ କରିଥିବା ସମସ୍ତ ଜନସାଧାରଣଙ୍କୁ ଦଳ ତରଫରୁ ଆମେ ଅଭିନନ୍ଦନ ଜଣାଉଛୁ । ଆନେ୍ଦାଳନର ପ୍ରାର ମ୍ଭ ହେଲା ଏବଂ ଉପରୋକ୍ତ ଘଟଣା ଦିଗରେ ସରକାର ନିଜର ନିତୀ ସ୍ପଷ୍ଟ କରିବା ଯାଏଁ ଏବଂ ହିଂସାକୁ ପ୍ରୋତ୍ସାହନ ହେଉଥିବା ଯାଏଁ ଏହି ଆନେ୍ଦାଳନ ·ଲିବ । ସେହି କ୍ରମରେ ଆଗାମୀ ଜୁଲାଇ ୪ତାରିଖ ଦିନ ରାଜଭବନ ସାମ୍ନାରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହେବ । ଖୁବ୍ କମ୍ ଦିନ ଭିତରେ ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଗଣତନ୍ତ୍ର ହତ୍ୟାକାରୀ ଓଡ଼ିଶା ସରକାର କାର୍ଯ୍ୟଧାରା ବାବଦରେ ମହାମହିମ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବାର ଯୋଜନା ରହିଛି ।ଏହି ଆନେ୍ଦାଳନ ଅହିଂସାତ୍ମକ ଭାବରେ ·ଲିବ ଏବଂ ମୁଖ୍ୟମବୀ ଯେଉଁ ସ୍ଥାନକୁ ଗସ୍ତ କରିବେ, ସେଠାରେ ଭାଜପାର କାର୍ଯ୍ୟକର୍ତ୍ତାମାନେ ଅସହଯୋଗ ଆନେ୍ଦାଳନ ଓ ବିକ୍ଷୋଭ ପ୍ରଦର୍ଶନ କରିବେ । ଅପରାଧୀମାନଙ୍କୁ ସମର୍ଥନ କରୁଥିବା ଜଣେ ମୁଖ୍ୟମବୀଙ୍କୁ ଆମେ କଡ଼ା ବିରୋଧ ଜାରୀ ରଖିବୁ ।ଆଜି ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜୁ ଜନତା ଦଳ ରାଜ ଭବନ ଆଗରେ ଏକ ଗଣ ଧାରଣା ଦେଇଥିଲା । ତାଙ୍କ ମନ୍ତ୍ରୀ ଓ ସାଂସଦମାନଙ୍କ ବିବୃତି ଶୁଣିବା ପରେ ଲାଗିଲା ଯେପରି ଏକ ରଙ୍ଗମଞ୍ଚରେ ଅଭିନୟ ପାଇଁ ପ୍ରସ୍ତୁତି ହୋଇ ଆସୁଛନ୍ତି । କେନ୍ଦ୍ର ସରକାର ଦେଶର ସମସ୍ତ ·ଷୀଙ୍କ ପାଇଁ ଫସଲବୀମା, ଲି ମ୍ବ ପରିବୃତ୍ତ ୟୁରିଆର ଯୋଗାଣ, ସଏଲ୍ ସ୍ୱାସ୍ଥ୍ୟ କାର୍ଡ,ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନା ଇତ୍ୟାଦି କରିବା ସହିତ ଧାନର ସହାୟକ ମୂଲ୍ୟ, ଡାଲିର ସହାୟକ ମୂଲ୍ୟ ଇତ୍ୟାଦି ବୃଦ୍ଧି କରିଥିବା ସତ୍ତ୍ୱେ, ବିଜେଡ଼ି କେଉଁ ଆଧାରରେ ଆଜି ଆନେ୍ଦାଳନ କରୁଥିଲା ଏବଂ କାହା ପାଇଁ କରୁଥିଲା ତାହା ବୁଝି ହେଲା ନାହିଁ ।ଅନ୍ୟ ରାଜ୍ୟମାନଙ୍କ ଭଳି ଧାନର ସହାୟକ ମୂଲ୍ୟରେ ଇନ୍ସେନ୍ଟିଭ୍ ଦେବା ଦୂରର କଥା, ବରଗଡ଼ ·ଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଶହେ ଟଙ୍କା ଇନ୍ସେନ୍ଟିଭ୍ ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ନାହାନ୍ତି । ୩୫୦ରୁ ଉଦ୍ଧ୍ୱର୍ ·ଷୀ ଆତ୍ମହତ୍ୟା କଲେ, କିନ୍ତୁ ସରକାର ସ୍ୱୀକାର କଲେ ନାହିଁ ବିହନରେ ଅଧିକ ଇନ୍ସେନ୍ଟିଭ ଦେବାକୁ ସରକାର ରାଜି ନାହାନ୍ତି । ମରୁଡ଼ି ଜନିତ କ୍ଷତିପୁରଣ ୬ମାସ ପରେ ବି ଜଣେ ସୁଦ୍ଧା ·ଷୀ ପାଇ ନାହାନ୍ତି । ·ଷୀଙ୍କ ପ୍ରତି ଏହିଭଳି ଶ୍ରଦ୍ଧା ଥିବା ଏକ ସରକାର ସଚିବାଳୟରେ ତାଲା ପକେଇ ଆସି ରାଜସ୍ତରାସ୍ତାରେ ଆନେ୍ଦାଳନ କରିବା ହାସ୍ୟାସ୍ପଦ ଏବଂ ଦୂର୍ଭାଗ୍ୟଜନକ । ଧାନର ଅଭାବୀ ବିକ୍ରୀ ଓଡ଼ିଶା ପ୍ରଦେଶରେ ବଢ଼ି ବଢ଼ି ଚାଲିଛି ।ଆଜି ଦେଓଗାଁ ବ୍ଲକର ବଲାରପଲ୍ଲୀ ଗ୍ରାମରେ ପ୍ରହଲ୍ଲାଦ ଭୋଇ ନାମକ ଜଣେ ପରିବା ଚାଷୀ ଆତ୍ମ ହତ୍ୟା କରିଛନ୍ତି । ସେ କୋଅପରେଟିଭ୍ ବ୍ୟାଙ୍କରୁ ୫୦ ହଜାର ଓ ହାତ ଉଧାରି ୨୨ ହଜାର ଋଣ ନେଇଥିଲେ । ଆମେ ଜାଣିଛୁ, ସରକାର ଏହି ଆତ୍ମହତ୍ୟାକୁ ଗ୍ରହଣ କରିବେ ନାହିଁ । ଏହା ହେଉଛି ନବୀନ ପଟ୍ଟନାୟକ ସରକାରଙ୍କର ·ଷୀମାରଣ ନିତୀ ଏବଂ ଲୋକ ଦେଖାଣିଆ କାମ ଛାଡ଼ି,·ଷର ପ୍ରଗତି ପାଇଁ କାର୍ଯ୍ୟ କରିବାକୁ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ପ୍ରେସ ବିଜ୍ଞ ପ୍ତିରେ ପ୍ରକାଶ କରିଛନ୍ତି । ଉକ୍ତ ପ୍ରେସ ବିଜ୍ଞପ୍ତିର ରାଜ୍ୟ ମୁଖ୍ୟ ପ୍ରବକ୍ତା ସଜ୍ଜନ ଶର୍ମା, ଓ ଦିଲ୍ଳୀପ ମହାନ୍ତି ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar