Breaking News
Home / Bhubaneswar / Demonstration of Youth Congress at Bhubaneswar

Demonstration of Youth Congress at Bhubaneswar

କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ଗିରଫ ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର ତା ୨୭.୬.୨୦୧୬ (ମନୋମାନୀ ସିଂ) – ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏବଂ ୧୮ ଜଣ  ସ୍ଥାନୀୟ କଂଗ୍ରେସ ନେତାଙ୍କ ଗିରଫ ଦାରୀକୁ ପ୍ରଦେଶ ଯୁବ କଂଗ୍ରେସ ଘୋର ନିନ୍ଦା କରିବା ସହ ନବୀନ ପଟ୍ଟନାୟକ ସରକାର ଆଦିବାସୀଙ୍କ ଉପରେ କରୁଥିବା  ଦମନଲୀଳାକୁ ବନ୍ଦ କରିବାକୁ ଦାବି କରିଛି । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଜତ ଚୌଧୁରୀଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଆଜି ସ୍ଥାନୀୟ କଂଗ୍ରେସ ଭବନ ଠାରୁ ବାହାରି ରାଜମହଲ ଛକ ଦେଇ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା ।ପୂର୍ବତନ ସାଂସଦ ଶ୍ରୀ ମାଝୀ ଏବଂ ୧୮ ଜଣ କଂଗ୍ରେସ ନେତାଙ୍କ ଉପରେ  ମିଥ୍ୟା ମକଦ୍ଦମା ପ୍ରତ୍ୟାହାର, ସେମାନଙ୍କୁ ନିସର୍ତ୍ତ ଜେଲରୁ ମୁକ୍ତି, ଜଙ୍ଗଲ ଜମି  ପଟ୍ଟା ପ୍ରଦାନରେ ସ୍ୱଚ୍ଛତା ଏବଂ ପଟ୍ଟା ପ୍ରଦାନ ସହ ଜଙ୍ଗଲ ଜମି ଚିହ୍ନଟ ପାଇଁ ପ୍ରଦେଶ ଯୁବ କଂଗ୍ରେସ ଦାବି କରୁଛି ।ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଯୁବକଂଗ୍ରେସ ସଂପାଦକ ନିରଞ୍ଜନ ନାୟକ,ଡଃ ସ୍ମୃତିରଞ୍ଜନ ଲେଙ୍କା, ମନୋଜ ବିଶ୍ୱାଳ, ଶୁଭମ ଦାସ, ସୁଦୀପ ସାମଲ, ନିହାର ରଞ୍ଜନ ବେହେରା, ପ୍ରଦେଶ ଛାତ୍ର କଂଗ୍ରେସ ଉପସଭାପତି ଶ୍ରୀ କିରଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Bhubaneswar 27.06.2016.004 Bhubaneswar 27.06.2016.005 Bhubaneswar 27.06.2016.006 Bhubaneswar 27.06.2016.007 Bhubaneswar 27.06.2016.008 Bhubaneswar 27.06.2016.009

About surendrahota

Leave a Reply

%d bloggers like this:
Skip to toolbar