Breaking News
Home / Bhubaneswar / Demonstration of BJD on 29th in front of Raj Bhawan

Demonstration of BJD on 29th in front of Raj Bhawan

  • କେନ୍ଦ୍ରର ଚାଷୀମାରଣ ନୀତି ବିରୋଧରେ ଜୁନ୨୯ରେ ରାଜଭବନ ସମ୍ମୁଖରେ ବିଜେଡ଼ିର ବିଶାଳ ଧାରଣା ଓ ପ୍ରତିବାଦ ସଭା
  • Bhubaneswar 27.06.2016.011

ଭୁବନେଶ୍ୱର, ୨୭/୬/୨୦୧୬:(ରିପୋର୍ଟ: ବିଶ୍ୱରଞ୍ଜନ ମିଶ୍ର) ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ । ରାଜ୍ୟ ଜନସଂଖ୍ୟାର ୭୦ ଭାଗରୁ ଊଦ୍ଧ୍ୱର୍ କୃଷକ ଓ କୃଷିଜୀବୀ । ଓଡ଼ିଶାର ସଂସ୍କୃତି ଓ ଅର୍ଥନୀତି ମୁଖ୍ୟତଃ କୃଷି ଆଧାରିତ । ରାଜ୍ୟ ସରକାର କୃଷି ଓ କୃଷକର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇ ଆସିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଦ୍ରୁତ ବିକାଶ ସାଧନ ପାଇଁ ସ୍ୱତବ କୃଷି ବଜେଟ କରାଯାଇଛି । ସ୍ୱତନ୍ତ୍ର କୃଷି କ୍ୟାବିନେଟ ଗଠନ କରାଯାଇ କୃଷି ଭିତ୍ତିକ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରାଯାଇଛି । କୃଷକ ମାନଙ୍କର ସର୍ବାଧିକ ବିକାଶକୁ ଅଗ୍ରାଧିକାର ଦେଇ କୃଷି ବିଭାଗର ନାମ ପରିବର୍ତ୍ତନ କରାଯାଇ ‘କୃଷି ଓ କୃଷକ ସଶକ୍ତିକରଣ’ ବିଭାଗ କରାଯାଇଛି । ରାଜ୍ୟ ସରକାରଙ୍କ ନିଷ୍ଠାପର ପ୍ରୟାସ ଓ କୃଷକମାନଙ୍କର ଅବିରତ ଉଦ୍ୟମ ଫଳରେ କୃଷି ଉତ୍ପାଦନ କ୍ଷେତ୍ରରେ ଆମେ ଦୃଷ୍ଟାନ୍ତମୂଳକ ସଫଳତା ପାଇଛୁ । ଗତ ପାଞ୍ଚବର୍ଷ ମଧ୍ୟରେ ଚାରିଥର କୃଷିକର୍ମଣ ପୁରସ୍କାର ପାଇବା ରାଜ୍ୟବାସୀଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ।ଧାନ ଆମ ରାଜ୍ୟର ମୁଖ୍ୟ ଫସଲ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅନ୍ତତଃ କ୍ୱିଣ୍ଟାଲ ପ୍ରତି ୨୫୦୦ ଟଙ୍କା ଦାବି କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ଧର୍ମକୁ ଆଖିଠାର ମାରିବା ଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯାହା କ୍ୱିଣ୍ଟାଲ ପିଛା ୧୪୧୦ ଟଙ୍କା ଥିଲା, ସେଥିରେ ମାତ୍ର ୬୦ ଟଙ୍କା ବୃଦ୍ଧି କରି ୧୪୭୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହା ଓଡ଼ିଶାର ଚାଷୀକୂଳ ପ୍ରତି କେବଳ ଯେ ଚରମ ଉପହାସ ତାହା ନୁହେଁ, ସେମାନଙ୍କ ପେଟରେ ଲାତ ମାରିବା ସହ ସମାନ । ଧାନ ଚାଷରେ ଚାଷୀମାନଙ୍କର ଶ୍ରମ ଓ ଅନ୍ୟାନ୍ୟ ଖର୍ଚ୍ଚର ମୂଲ୍ୟକୁ ଠିକଣା ଭାବେ ମୂଲ୍ୟାୟନ କରାଯାଇ ନାହିଁ ବୋଲି ଓଡ଼ିଶାର ଚାଷୀକୂଳ ଅନୁଭବ କରୁଛନ୍ତି । ଏହା କେବଳ ଯେ ସେମାନଙ୍କର ପରିଶ୍ରମର ମୂଲ୍ୟ ତାହା ନୁହେଁ, ସେମାନଙ୍କର ଜୀବନ ଜୀବିକା, ପରିବାରବର୍ଗଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଆଦି ମୌଳିକ ଆବଶ୍ୟକତା ପୂରଣ କରିବାର ଏକ ମୁଖ୍ୟ ସାଧନ । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଦାବିକୁ ବାର ମ୍ବାର ଅଣଦେଖା କରିଆସୁଛନ୍ତି । ଭବିଷ୍ୟତରେ ଚାଷୀକୂଳର ଅସନ୍ତୋଷ କ୍ରୋଧ ଭୟଙ୍କର ରୂପ ନେବାକୁ ଯାଉଛି ।ବର୍ତ୍ତମାନର କେନ୍ଦ୍ରର ଏନଡିଏ ସରକାର ପୁଞ୍ଜିପତିମାନଙ୍କ ଦ୍ୱାରା କବଳିତ । ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ମୋଦି ସରକାର ପ୍ରାଧାନ୍ୟ ଦେଉଛି । ଚାଷୀମାନଙ୍କର ଅସଲ ସମସ୍ୟାକୁ ହୃଦୟଙ୍ଗମ ନକରି ଏବଂ କୃଷି କ୍ଷେତ୍ରକୁ ଅବହେଳା କରିବା ଏବଂ ଏହି କ୍ଷେତ୍ର ପାଇଁ ବଜେଟ ୍‌ ବ୍ୟୟବରାଦ ହ୍ରାସ କରିବା ଏନଡିଏ ସରକାରଙ୍କ ପାଇଁ ଆତ୍ମଘାତୀ ହେବାକୁ ଯାଉଛି । କେନ୍ଦ୍ର ସରକାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ଜାତୀୟ ତୈଳ ବୀଜ ମିଶନ, ଜାତୀୟ ପୋଷଣୀୟ କୃଷି ମିଶନ ଓ ଜାତୀୟ କୃଷି ସଂପ୍ରସାରଣ ଓ ତାଲିମ ମିଶନ ଯୋଜନାରେ ପୂର୍ବରୁ ପ୍ରଚଳିତ କେନ୍ଦ୍ରୀୟ ଅନୁଦାନ ଅଂଶ ଶତ ପ୍ରତିଶତ ଥିବାବେଳେ ମୋଦି ସରକାର ଏହାକୁ ୬୦:୪୦ ଅନୁପାତକୁ କମାଇ ଦେବା ଦ୍ୱାରା ରାଜ୍ୟ ୨୦୧୬-୧୭ ବର୍ଷରେ ୩୬,୬୬୦.୮୦ ଲକ୍ଷ ଟଙ୍କା କ୍ଷତି ସହିବ ।ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଓଡ଼ିଶାରେ ସଂଗଠିତ ଭୟାବହ ମରୁଡ଼ିରେ ୨୭ଟି ଜିଲ୍ଲାର ୨୩୩ ବ୍ଲକର ୨୯୦୪୪ ଗାଁ ଏବଂ ୫୫ଟି ପୌରାଞ୍ଚଳର ୪୦୪ ୱାର୍ଡରେ ମରୁଡ଼ିର କରାଳ ପ୍ରଭାବ ଦେଖିବାକୁ ମିଳିଥିଲା । ୧୪.୮୨ ଲକ୍ଷ ହେକ୍ଟର ଚାଷ ଜମିରେ ୩୩% ଫସଲ ନଷ୍ଟ ହୋଇଥିଲା । ମରୁଡ଼ିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ଏକ ହଜାର କୋଟି ଟଙ୍କା ମରୁଡ଼ି ପ୍ୟାକେଜ ଘୋଷଣା କରିବା ସହ ଚାଷୀଙ୍କ ଠାରୁ ଋଣ ଆଦାୟକୁ ସ୍ଥଗିତ ରଖିଛନ୍ତି । ମରୁଡ଼ି କ୍ଷୟକ୍ଷତି ଭରଣା ପାଇଁ ରାଜ୍ୟ କେନ୍ଦ୍ର ସରକାରଙ୍କ ନିକଟରେ କେନ୍ଦ୍ରୀୟ ସହାୟତା ପାଇଁ ୨୩୪୪.୯୯ କୋଟି ଟଙ୍କା ଦାବି କରିଥିଲା । ଉକ୍ରଟ ମରୁଡ଼ିର କ୍ଷୟକ୍ଷତିକୁ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର ବହୁ ବିଳମ୍ବରେ ରାଜ୍ୟକୁ ୮୧୫ କୋଟି ଟଙ୍କା ମରୁଡ଼ି ସହାୟତା ଦେବେ ବୋଲି ନିଷ୍ପତ୍ତି ନେଇଥିଲେ ।ଯଦିଓ ଓଡ଼ିଶା ସମେତ ମରୁଡି ପ୍ରଭାବିତ ୧୦ଟି ରାଜ୍ୟ ୨୦୧୫-୧୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାର ଏହାକୁ ବିଚାର କରି ଜାତୀୟ ବିପର୍ଯ୍ୟୟ ପାଣ୍ଠି (ଏନ.ଡି.ଆରଏଫ ୍‌)ରୁ ବିଜେପି ଶାସିତ ରାଜ୍ୟ ସରକାର ଯଥା ଛତିଶଗଡ ପାଇଁ ୧୨୭୬.୨୫ କୋଟି ଟଙ୍କା, ମଧ୍ୟପ୍ରଦେଶ ପାଇଁ ୨୦୨୩.୬୮ କୋଟି ଟଙ୍କା, ରାଜସ୍ଥାନ ପାଇଁ ୧୧୯୩.୪୧ କୋଟି, ମହାରାଷ୍ଟ୍ର ପାଇଁ ସର୍ବାଧିକ ୩୦୪୯.୩୬ କୋଟି ଟଙ୍କା କିନ୍ତୁ ଓଡ଼ିଶାକୁ ମାତ୍ର ୮୧୫ କୋଟି ଟଙ୍କା ମଞ୍ଜୁରି କରିଛନ୍ତି । ଓଡ଼ିଶାକୁ ବହୁ ବିଳମ୍ବରେ ୩ଟି କିସ୍ତିରେ ୬୦୦.୫୨ କୋଟି ଟଙ୍କା ମରୁଡ଼ି ସହାୟତା ପ୍ରଦାନ କରି ଅବଶିଷ୍ଟ ଟଙ୍କା ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୫୦ ପ୍ରତିଶତ ଅତଏବ ୨୧୪.୪୮ କୋଟି ଟଙ୍କା ଭରଣା କରିବା ପାଇଁ ନିଦେ୍ର୍ଦଶ ଦେଲେ, ଯାହା ଅତ୍ୟନ୍ତ ପରିତାପର ବିଷୟ । ଏପରିସ୍ଥଳେ ରାଜ୍ୟ ସରକାର ୭୦୦ କୋଟି ଟଙ୍କାର ଇନ ୍‌ପୁଟ ୍‌ ସବ ୍‌ସିଡି ଚାଷୀଙ୍କୁ ପ୍ରଦାନ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ବିଜେପି ଶାସିତ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ମରୁଡି ସହାୟତା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ରାଜକୋଷରୁ ସାହାଣମେଲା ସହାୟତା ରାଶି ପ୍ରଦାନ କରୁଥିବା ବେଳେ ଅନଗ୍ରସର ଓଡ଼ିଶାକୁ କାହିଁକି ବଞ୍ଚôତ କରାଯାଉଛି ତାହା ସମଗ୍ର ଚାଷୀଭାଇଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତର ସଂଘୀୟ ବ୍ୟବସ୍ଥାରେ ସବୁ ରାଜ୍ୟର ଉନ୍ନତିରେ ଦେଶର ଉନ୍ନତି ହୋଇପାରିବ । ଆଞ୍ଚଳିକ ଅସନ୍ତୁଳନକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ଗୁରୁତ୍ୱ ଦେଇ କାମ କରିବା ଦରକାର । ଓଡ଼ିଶା କେବିକେ ଜିଲ୍ଲା ପ୍ରତି ମୋଦି ସରକାରଙ୍କ ଆଭିମୁଖ୍ୟ ସମସ୍ତେ ଜାଣନ୍ତି । ଯେଉଁଭଳି ଓଡ଼ିଶାକୁ ସ୍ୱତବ ଦୃଷ୍ଟି ଦେବା କଥା ମୋଦି ସରକାର ସେଭଳି ଗୁରୁତ୍ୱ ଦେଇନାହାନ୍ତି । ରାଜ୍ୟ ତଥା ଦେଶର ବିକାଶ ନୁହେଁ, ବିକାଶର ବାହାନାରେ କେନ୍ଦ୍ର ସରକାର କେବଳ ରାଜନୀତି କରିବାକୁ ଚାହୁଁଛନ୍ତି ଓ ଭେଳିକି କରି ଉତ୍ସବ ମନାଉଛନ୍ତି । ଓଡ଼ିଶାର ସ୍ୱାଭିମାନୀ ଜନସାଧାରଣ କେନ୍ଦ୍ର ସରକାରଙ୍କ ଛଳନା, ଶଠତା, ପ୍ରବଞ୍ଚନା ଓ ପ୍ରତାରଣାକୁ କଦାପି ବରଦାସ୍ତ କରିବେ ନାହିଁ, ବରଂ ଠିକଣା ସମୟରେ ଉଚିତ ଜବାବ ଦେବେ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ମହାରଥୀ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ଶ୍ରୀ ପ୍ରତାପ କେଶରୀ ଦେବ ଏବଂ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଚେତାବନି ଦେଇଛନ୍ତି । କେନ୍ଦ୍ରର ଏଭଳି ଚାଷୀ ମାରଣ ନୀତି ବିରୋଧରେ ଆସନ୍ତା ଜୁନ ୨୯ ତାରିଖ ଦିନ ସକାଳ ୧୦ ଘଟିକା ସମୟରେ ବିଜୁ ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିଶାଳ ଧାରଣା ଓ ପ୍ରତିବାଦ ସଭା ପାଇ ଁ ଆହ୍ୱାନ ଦିଆଯାଇଛି ବୋଲି ଦଳର ମୁଖପାତ୍ର ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।

Bhubaneswar 27.06.2016.012

About surendrahota

Leave a Reply

%d bloggers like this:
Skip to toolbar