Breaking News
Home / Bhubaneswar / Peacock’s Rahagir Day

Peacock’s Rahagir Day

Bhubaneswar 26.06.2016.008

ରାହାଗିରିରେ ପିକକ୍
“ଶିଶୁକନ୍ୟାଙ୍କ ପାଇଁ ନିରାପଦ ଶିକ୍ଷା, ସଚେତନତା ପରିବେଶ “- ଅରେଞ୍ଜ ଡେ ପାଳିତ
ଭୁବନେଶ୍ୱର ୨୬.୦୬.୨୦୧୬(ମନୋମାନୀ ସିଂଙ୍କ ରିପୋର୍ଟ)-  ରବିବାର ଦିନ ରାହାଗିରି କାର୍ଯ୍ୟକ୍ରମରେ ସହରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଅଂଶଗ୍ରହଣ କରିଥିଲା, ଯାହାର ମୁଖ୍ୟ ବିଷୟବସ୍ତୁ ଥିଲା କେୟାର ଫର୍ ଚେଞ୍ଜ । ଏହି ଅବସରରେ ଜୁନ୍ ୨୫ ତାରିଖ ଅରେଞ୍ଜ ଡେ ପାଳନ ଉପଲକ୍ଷେ ପିକକ୍ ପକ୍ଷରୁ ଏକ ହୁ୍ୟମାନ ଚେନ୍ ବିଭିନ୍ନ ବାର୍ତ୍ତା ଦ୍ୱାରା କିଭଳି କନ୍ୟା ଶିଶୁଙ୍କ ଶିକ୍ଷା ପାଇଁ ଏକ ସୁରକ୍ଷିତ ପରିବେଶ ହୋଇପାରିବ ସେ ନେଇ ସଚେତନତା ସୃଷ୍ଟି କରାଯିବା ସହ, ଜୁନ୍ ୨୬ “ ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ” ଦିବସ ପରିପ୍ରେକ୍ଷୀରେ ନିବାରଣ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ ଶିଶୁମାନଙ୍କ ନିମନ୍ତେ  ଚିଲଡ୍ରେନ କର୍ଣ୍ଣର- ସୋ ଇୟୋର ଟ୍ୟାଲେଣ୍ଟ  କାର୍ଯ୍ୟକ୍ରମରେ ବହୁ ଶିଶୁମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ପିଲାମାନଙ୍କ ପାଇଁ  ଏକ କୁଇଜ୍ କାର୍ଯ୍ୟକ୍ରମ ମଧ୍ୟ  ଆୟୋଜନ କରାଯାଇଥିଲା । ଏତଦ୍ ବ୍ୟତୀତ, ଶିଶୁମାନଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ।

Bhubaneswar 26.06.2016.006 Bhubaneswar 26.06.2016.007

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar