Breaking News
Home / Bhubaneswar / Bargarh Issue : Reaction of BJP Mahila Morcha

Bargarh Issue : Reaction of BJP Mahila Morcha

ଭାଜପା ମହିଳା ମୋର୍ଚ୍ଚାର ପ୍ରତିକ୍ରିୟା
ଭୂବନେଶ୍ୱର ତା ୨୫/୦୬/୨୦୧୬ (ମନୋମାନି ସିଂ)- ରିଖ ଶନିବାର ଅପରାହ୍ନ ୫ ଘଟିକା ସମୟରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ପ୍ରଭାତୀପରିଡାଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ମାଷ୍ଟର କ୍ୟାଂଟିନ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରଗଡ ଠାରେ ଦୁଇଜଣ ଦଳିତ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ସନ୍ତୋଷ ଗଙ୍ଗବ୍ୱାର ଏବଂ ସାଧ୍ୱୀ ନିରଂଜନ ଜ୍ୟୋତି ଙ୍କୁ ଟେକା ମାଡ ଓ ଗାଡି କାଚ ଭଙ୍ଗା ପ୍ରତିବାଦରେ ନବୀନ ପଟ୍ଟନାୟକଙ୍କ ମୁହଁରେ ଚୂନ କାଳି ବୋଳିବା ସହିତ ଜୋତା ମାଡ କରା ଯାଇଥିଲା । ଓଡିଶା ହେଉଛି ଶ୍ରୀ ଜଗନ୍ନାଥଙ୍କ ରାଜ୍ୟ ଏଠାରେ ନାରୀ ମାନଙ୍କୁ ସମ୍ମାନ ଦେବା ସହିତ ପୂଜା କରାଯାଏ କିନ୍ତୁ ରାଜ୍ୟ ସରକାରଙ୍କ ନାରୀପ୍ରତି ବୈମାତୃକ ମନୋବୃତ୍ତି ଏବଂ ଅସମ୍ମାନ ଆଜିର ନାରୀସମାଜ ପ୍ରତି ଏକ କଳଙ୍କିତ ଅଧ୍ୟାୟ । ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ ହେଲେ ଦୋଷୀ ପ୍ରତି ୩୦୭ ଦଫା ଲାଗି ଥାଏ, ସେ ରାଜ୍ୟରେ ଦଳିତ ମହିଳା କେନ୍ଦ୍ର ମନ୍ତ୍ରୀ ଙ୍କୁ ଟେକା ମାଡରେ ଜୀବନରୁ ମାରିଦେବା ଦଫା (ଆଟେମ୍ ଟୁ ମର୍ଡର) ଲାଗିବା ନିମନ୍ତେ ରାଜ୍ୟ ମହିଳା ମୋର୍ଚ୍ଚା ଦାବି କରିଛି ।ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ପ୍ରତିଭା ସତପଥୀ, ସୁଜାତା ବାରିକ,ସ୍ମୃତି ପଟ୍ଟନାୟକ, ଦୀପ୍ତିରେଖା ନାୟକ, ରସ୍ମିରେଖା ଦାସ, ବିଜୟଲକ୍ଷ୍ମୀ ମହାପାତ୍ର, ପୁଷ୍ପିତା ମହାପାତ୍ର, ମିନାକ୍ଷୀ ପ୍ରିୟଦର୍ଶିନୀ, ଉନ୍ନତି ପରିଡା, ଲକ୍ଷ୍ମୀ ରାଓ, ରତ୍ନମଂଜରୀ ଜେନା,ପ୍ରବୀଣା ମହାପାତ୍ର, ପ୍ରମିଳା ପାଢୀ, ପ୍ରମୁଖ ଶତାଧିକ ମହିଳା ଉପସ୍ଥିତ ଥିଲେ ।

bjp mahila marchha ra bikhyaba photo (1) bjp mahila marchha ra bikhyaba photo (3) bjp mahila marchha ra bikhyaba photo (5) bjp mahila marchha ra bikhyaba photo (7)

About surendrahota

Leave a Reply

%d bloggers like this:
Skip to toolbar