Breaking News
Home / Bargarh / BJP V/S BJD : New Mahabharat staged at Bargarh

BJP V/S BJD : New Mahabharat staged at Bargarh

(ରମ୍ୟ ସୂଚନା)

ବରଗଡ଼ ଗଡ଼ବଡ଼ ଖବର
ବିଜେପି ବିଜେଡ଼ି ଲଢ଼େଇ:ଦୃଶ୍ୟ ଦୃଶ୍ୟାନ୍ତର

ବରଗଡ଼,୨୪/୬(ସୁରେନ୍ଦ୍ର କୁମାର ହୋତା)-ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପୌରାଣିକ ଯୁଗର ମହାରାଜା କଂସଙ୍କ ରାଜତତ୍ୱ କାଳର ମଥୁରା ନଗରୀରେ ଆଜି ବିଜେପି ଓ ବିଜେଡ଼ିର ସମରସଜ୍ଜା ଦେଖି  ମହାଭାରତ କାଳୀନ ଯୁଦ୍ଧର ଭ୍ରାନ୍ତି ସୃଷ୍ଟି କରିଥିଲା ।ସମ୍ଭବତଃ ଦୃଷ୍ଟିହୀନ ଧୃତରାଷ୍ଟ୍ର୍‌ଙ୍କ ନିକଟରେ ଲଢ଼େଇ ପୂର୍ବର ଧାରା ବିବରଣୀ ଉପସ୍ଥାପନ କରି  ସଞ୍ଜୟ କହିଥାନ୍ତେ । “ ମହାରାଜା ! ଝିମିଟି ଖେଲରୁ ମହାଭାରତ ପରି କଳିଙ୍ଗ ନଗରୀର ଜନୈକ ମନ୍ତ୍ରୀଙ୍କ ମଥୁରା ଆଗମନକୁ ବିରୋଧ କରିବା ପରି ସାମାନ୍ୟ ଘଟଣାରୁ ଆରମ୍ଭ ହୋଇଥିବା ଏହି ରାଜନୈତିକ ଖେଳ ଏବେ ଏକ ମହାସମରର ରୂପ ନେଉଛି । ମୌସୁମୀର ଅସରାଏ ବର୍ଷା ସତ୍ୱେ ବରଗଡ଼ରେ ଉଭୟ କେନ୍ଦ୍ର ଓ ରାଜ୍ୟ  ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ରାଜନୈତିକ ଘୂର୍ଣ୍ଣିର ସ୍ୱଷ୍ଟ ସମ୍ଭାବନା ଦେଖାଯାଇଛି । ଉଭୟେ ପରସ୍ପର ପ୍ରତି ଆକ୍ରୋଶ ରଖି ଜିନ୍ଦାବାଦ ଓ ମୁର୍ଦ୍ଦାବାଦ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ କରୁଛନ୍ତି ।

Bgh 1 Bgh 2

ବିଜେପି ସ୍ୱାଗତଂ ସ୍ୱାଗତଂ ଡ଼ାକରା ଦେଉଥିବା ସମୟରେ ବିଜେଡ଼ିର ତୁଙ୍ଗ ନେତୃବର୍ଗ ଗୋ-ବେକ୍‌, ଗୋ-ବେକ୍‌ ଓ ଫେରିଯାଅ ଫେରିଯାଅ ବୋଲି ଚିକ୍ରାର କରୁଛନ୍ତି । କଲ୍ୟାଣ ମଣ୍ଡପ ଏବେ ସଂରକ୍ଷିତ ଅଞ୍ଚଳ ଘୋଷିତ ହୋଇଥିବାରୁ ନବାଗତ ଆରକ୍ଷୀ ଅଧିକ୍ଷକ  ଯୁଗଳ କିଶୋରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରେହେମାନ,ନୃସିଂହ ଚରଣ ଆଦି ବରିଷ୍ଠ ଆରକ୍ଷୀ ଅଧିକାରୀ ମାନେ ହାତରେ ମାରଣାସ୍ତ୍ର ଓ ଦୂରସଞ୍ଚାର ଯନ୍ତ୍ରଧରି ସ୍ଥିତି ଉପରେ ନଜର ରଖିଛନ୍ତି । ସେମାନଙ୍କ ନିଦେ୍ର୍ଦଶରେ ବଡ଼ଠାକୁରଙ୍କ ରଥଯାତ୍ରା ପରି ଆରକ୍ଷୀ କର୍ମଚାରୀ ମାନେ ରଥ ଦଉଡ଼ି ଓ ଲାଠି ଧରି ଉଭୟ ପକ୍ଷ ମଧ୍ୟରେ ଏକ ଅଘୋଷିତ ସୀମାରେଖା ସୃଷ୍ଟି କରିଛନ୍ତି ।

Bgh 20

Bgh 15 Bgh 16 Bgh 17

ଗାନ୍ଧୀଛକ କଲ୍ୟାଣ ମଣ୍ଡପର ସହର ପଟ ଅଞ୍ଚଳରେ ଆଚାର୍ଯ୍ୟ ନନ୍ଦନଙ୍କ ନେତୃତ୍ୱରେ ନଗରପାଳ ଓ ଅନ୍ୟମାନେ କଳା ସାର୍ଟ କଳାପ୍ୟାଣ୍ଟ ଓ ମୁଣ୍ଡରେ କଳା ଫିତା ଲଗାଇ କଳା ବ୍ୟାନର ଧରି କଳାପତାକା ଧରିଥିବା ବିଜେଡ଼ି ସେନା ଚିକ୍ରାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ତୁମେ ଫେରିଯାଅ, ରାଜ୍ୟ ପ୍ରତି କେନ୍ଦ୍ରର ଅବିଚାର ଚଳିବ ନାହିଁ ଚଳିବ ନାହିଁ! କୃଷକ ମାରଣ ଚଳିବ ନାହିଁ ଚଳିବ ନାହିଁ…

Bgh 22

ସେହିପରି ଗାନ୍ଧୀଛକ ନବରତ୍ନ ମିଡ଼ିଆ ସେଣ୍ଟର ସମ୍ମୁଖରେ ସ୍ନେହାଙ୍ଗୀନୀ  ରଞ୍ଜନ ସୌଭାଗ୍ୟ ,ହରିଶଙ୍କର, ପ୍ରଭାତାଦିତ୍ୟ ଆଦି ଲକ୍ଷ୍ମୀବନ୍ତ ରଥ ମାନଙ୍କ ଗହଣରେ ସମର ସଜ୍ଜା କରିଛନ୍ତି ।ସମୁଦ୍ରର ଜୁଆର ଭଟ୍ଟା ପରି ତୁହାକୁ ତୁହା ବିଜେଡ଼ି ଜିନ୍ଦାବାଦ ,ବିଜେପି ମୁର୍ଦ୍ଦାବାଦର ଧ୍ୱନୀ ତରଙ୍ଗ ଲୋକଙ୍କୁ ପୁଲକିତ କରୁଛି ।ଲକ୍ଷ୍ମୀ ପ୍ରିୟ କମଳ ବାନା ଲଗା ଗାଡ଼ି ଦେଖି ବା କ୍ଷଣୀ ମୁର୍ଦ୍ଦାବାଦ ସ୍ୱର ଅଧିକ ତୀବ୍ରତର ହେବାରେ ଲାଗିଛି । ମହାରାଜା! ହେଇ ସୂଚନା ଆସିଲା ମନ୍ତ୍ରୀ ପଥର୍ଲା ପାରି ହେଲେ, ହଲଦିପାଲିରୁ ମଥୁରା ନଗରୀ ଭିତରକୁ ନ ଆସି ବିକାଶ ଉତ୍ସବର ମଙ୍ଗୁଆଲ  ସାଜିଥିବା  କୃଷ୍ଣଙ୍କର ବିକାଶ ପରିସର ଦର୍ଶନ କରି ହୀରାଖଣ୍ଡ ରାଜ୍ୟ ପଟରୁ ମଥୁରାକୁ ପ୍ରବେଶ କରୁଥିବା ସମ୍ପର୍କରେ ନାରଦଙ୍କ ଠାରୁ ସୂଚନା ପାଇ ଦଉଡ଼ି ଘେରରେ ଅଟକ ରହିଥିବା ଛୁରିହୀନ ଥିବା ଛୁରିଆ ସେନା ଗାନ୍ଧୀଛକ ଅଭିମୁଖେ ଦୌଡ଼ିଲେ ।ହଠାତ ଏ  ଦୌଡ଼ାଦୌଡ଼ି ଦୃଶ୍ୟଦେଖି ସେଠାରେ ନିୟୋଜିତ ଥିବା ନଗର ସେନାନୀ ଗଣ ହତବାକ ହୋଇ ପଡ଼ିଲେ । ସେମାନଙ୍କ ହାତରୁ ରଥ ଦଉଡ଼ି ଖସି ପଡ଼ିଲା ଏବଂ ଆଚାର୍ଯ୍ୟ ସେନାଙ୍କ ଆଗରେ ଧସେଇ ପସି ଛୁରିଆ ସେନା ପରିସ୍ଥିତିକୁ କବ୍‌ଜା କରି ନେଲେ । ଅତର୍କିତ ରୂପେ ଘଟିଥିବା ଏହି ଘଟଣାରେ ନଗର ରକ୍ଷୀମାନେ  କିଂକର୍ତ୍ତବ୍ୟବିମୂଢ଼ ହୋଇ ରହି ଯାଇଥିଲେ ।

Bgh 16

Bgh 3 Bgh 4

Bgh 9

କାରଣ ସେମାନଙ୍କୁ ଯେଉଁ ଗଡ଼ ରକ୍ଷାର ଦାୟିତ୍ୱ ଦିଆଯାଇଥିଲା ଏହା ତହିଁର ପରିସର ବାହାରେ ଥିଲା । ନଗର ସେନାପତି ଏଭଳି ଏକ ପରିସ୍ଥିତି ପାଇଁ ପୂର୍ବ ପ୍ରସ୍ତୁତି କରି ନଥିଲେ । ରକ୍ଷୀମାନେ ନିଜ ସ୍ଥାନ ଛାଡ଼ି ଅନ୍ୟସ୍ଥାନ ଯିବା ସମୟରେ କିଛି ଅଘଟଣ ଘଟିଲେ ଚାକିରି ଯିବାର ଭୟ ଥିବାରୁ ସେମାନେ ଦ୍ୱନ୍ଦରେ ରହି ସ୍ଥିତପ୍ରଜ୍ଞ ଅବସ୍ଥାରେ ରହିଯାଇଥିଲେ ।ଏହି ସମୟରେ କମଳ ଦଳୀୟ ଯାନରେ କେନ୍ଦ୍ର ମନ୍ତ୍ରୀବର ଅଗ୍ରସର ହେଉଥିବା ଦେଖି କଲ୍ୟାଣ ମଣ୍ଡପ ଆଗରେ କଳ୍‌କୀ ଅବତାର ଧାରି ଆଚାର୍ଯ୍ୟ ସେନା  କଳାପତାକା ହଲେଇ ଆଗେଇ ଆସିଥିଲେ ଓ କଳା ପତାକା ହଲାଇ ତ୍ରିଭଙ୍ଗୀ ଠାଣିରେ ନୃତ୍ୟ ପରିବେଷଣ କରିଥିଲେ । କଳାପତାକାର ବହୁଳତା ଯୋଗୁ ନଗର ରକ୍ଷକ ମାନେ ସେମାନଙ୍କୁ କାବୁ କରିବାର ଉଦ୍ୟମ କରୁଥିବା ସମୟରେ କଳାକାର ମାନେ ଯାନ ଉପରକୁ କଳାପତାକା  ଫୋପାଡ଼ିବାର ଦୃଶ୍ୟ ଅତ୍ୟନ୍ତ ଦୁର୍ଲଭ । ସମଗ୍ର ଭାରତ ବର୍ଷରେ ଏଭଳି ଦୃଶ୍ୟ ଖୁବ କ୍ୱଚିତ ଦେଖାଯାଇଥାଏ । ଏହାର ସୁଯୋଗ ନେଇ କେହି ଜଣେ ଯାନ ଉପରକୁ ଆଲକାତରା ବୋଳା ପଥର ପୋଫାଡ଼ିବାରୁ ଯାନର କାଚ ଖଣ୍ଡଖଣ୍ଡ ହୋଇ ଯାଇଥିଲା । ଭଙ୍ଗା କାଚ ଦେଇ କିଛି ସେନା ଗାଡ଼ି ଭିତରକୁ କଳା ପତାକା ଫୋପାଡ଼ିଥିଲେ । ଏହି ସମୟରେ ଅଙ୍ଗରକ୍ଷୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ନଗର କଲ୍ୟାଣ ମଣ୍ଡପର ପାଶ୍ୱର୍ ଦ୍ୱାର ଦେଇ ବିକାଶ ଉତ୍ସବ ସ୍ଥଳୀକୁ ପ୍ରବେଶ କରାଇ ଥିଲେ । ତେବେ  ଜଣେ କ୍ଷୀଣ ତନୁ ପତଳା ଯୁବକ ଅଭିମନୁ୍ ସମ ଚକ୍ରବ୍ୟୁହ ଭେଦ କରି ବିକାଶ ଉତ୍ସବ ସ୍ଥଳୀରେ ପହଞ୍ଚô ମନ୍ତ୍ରୀ ,ଅର୍ଜୁନ ଓ ସାଧ୍ୱୀଙ୍କୁ କଳାପତାକା ଦେଖାଇବାରୁ ନବଗୁଞ୍ଜର ସମ ପଦ୍ମଜ ନବ କିଶୋର ମାନେ ତାଙ୍କୁ ଝାମ୍ପି ପଡ଼ିଥିଲେ । ବାଘ ଖୁଆଡ଼କୁ ଡ଼େଇଁ ପଡ଼ିଥିବା ଯୁବକଙ୍କ ପରି ପଙ୍କଜ ସେନାଙ୍କ ଆକ୍ରମଣରେ ଲହୁଲୁହାଣ ଯୁବକଙ୍କୁ ନଗର ରକ୍ଷୀଗଣ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ ।ଏହା ପରଠାରୁ ବାସ୍ତବ ବାକ ଯୁଦ୍ଧର ଆରମ୍ଭ ହୋଇଥିଲା ।ଆଚାର୍ଯ୍ୟ ସୂତ ଦେବେଶଙ୍କ ସମେତ ତିନୋଟି ଗାଡ଼ିରେ ୧୦୦ ଜଣ ବିକ୍ଷୋଭକାରୀଙ୍କୁ ଅସ୍ଥାୟୀ କାରାଗାରକୁ ନିଆଯାଇଥିଲା ପରେ ସେଠାରେ ସେମାନଙ୍କର ବିଚାର କରାଯାଇ ୧୬ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇ ଥିଲା ।

Bgh 13 ତେବେ ଅପମାନରେ ଜର୍ଜରିତ ପଦ୍ମଜ ସେନା ଅପମାନର ପ୍ରତିଶୋଧ ନେବା ପାଇଁ ଗାନ୍ଧୀଛକରେ କଳିଙ୍ଗ ସମ୍ରାଟଙ୍କ କୁଶପୁତ୍ତଳିକାକୁ ମାଡ଼ ମାରିବା ସହ କେହି ଜଣେ ମୁଖାଗ୍ନୀ ଦେଇଥିଲେ । ଏତିକିରେ ସେମାନଙ୍କର କ୍ରୋଧ ଶାନ୍ତ ହୋଇ ନଥିଲା । ଶୋଭାଯାତ୍ରାରେ ଯାଇ ମଥୁରା ଆରକ୍ଷୀ କାର୍ଯ୍ୟାଳୟରେ ବିଜେଡ଼ି ରଞ୍ଜନ ଆଚାର୍ଯ୍ୟ ନନ୍ଦନଙ୍କ ସହ କଳକି ସେନା ବିରୁଦ୍ଧରେ ପୃଥକ ପୃଥକ ଦୁଇଟି ଅଭିଯୋଗ ଦାୟାର କରିଥିଲେ । ତନ୍ମଧ୍ୟରୁ ଜଣେ ଖଜୁରଟିକ୍ରାର ଲଳିତ କଠାର ଓ ଅନ୍ୟ ଜଣକ ପଦ୍ମ ପୁର ର  ପ୍ରିତୀଶ କୁମାର ବହିଦାର ବୋଲି ଜଣାପଡ଼ିଛି ।

Bgh 7 Bgh 10 Bgh 11

ଆରକ୍ଷୀ ଅଧିକାରୀ ହରି-ପାଲ ଉଭୟ ଅଭିଯୋଗ ପତ୍ରକୁ ଗ୍ରହଣ କରି ତଦନ୍ତ କରୁଥିବା ଜଣାପଡ଼ିଛି ମହାରାଜ ! ବୋଲି ସଞ୍ଜୟ ମହାରାଜା ଅନ୍ଧ ଧୃତରାଷ୍ଟ୍ରଙ୍କୁ ସୂଚନା ଦେଇଥିଲେ । ସଞ୍ଜୟଙ୍କ ଧାରା ବିବରଣୀ ଶୁଣି ଧୃତରାଷ୍ଟ୍ର କହିଲେ ହେ ସଞ୍ଜୟ ! ମୁଁ ଅନ୍ଧ, ଆମ୍ଭ ପରି ଅନ୍ଧମାନେ ଗଣମାଧ୍ୟମର ଧାରା ବିବରଣୀକୁ ହିଁ ସତ୍ୟ ମନେକରି ଥାଉଁ । ହେଲେ ଆଜି ଯୁଦ୍ଧର ଅନ୍ତ କଣ ହେଲା?  । ଧୃତରାଷ୍ଟ୍ରଙ୍କ  କଥା ଶୁଣି ସଞ୍ଜୟ କହିଲେ ମହାରାଜା! ବେଲାଲସେନଙ୍କ ସିସିଟିଭି ଫୁଟେଜ ଦେଖିଲା ପରେ ମତେ ଲାଗୁଛି ,ଯାହା ଘଟୁଛି ଏବଂ ଯାହା ଆଗାମୀ ଦିନରେ ଘଟିବାକୁ ଯାଉଛି  ତାହା ଭିନ୍ନ । ସିସିଟିଭି ଫୁଟେଜରୁ ଜଣାପଡ଼ୁଛି  କୌଣସି ଅଦୃଶ୍ୟ ଶକ୍ତିର ଇଙ୍ଗିତରେ ସବୁ ଘଟଣା ଘଟୁଛି । ବହୁ ଦୂରରୁ ଆସୁଥିବା ସିଗନାଲରେ ଏଠାରେ ଥିବା ଚରିତ୍ରମାନେ   କେବେ ଉତ୍ତେଜିତ ହେଉଛନ୍ତି ତ ଆଉ କେବେ ପଛଘୁଞ୍ଚା ଦେଉଛନ୍ତି । ତେବେ ଦୂରନ୍ତ  ଶକ୍ତି ସ୍ରୋତର ମୂଳ ଉତ୍ସ ଗୋଟିଏ ନୁହେଁ ଏକାଧିକ ।ଏଣୁ ଆଗାମୀ ଦିନରେ ଏହା କି ରୂପ ନେବ ତହିଁର ସଠିକ ଉତ୍ତର ସମୟ ହିଁ ପ୍ରଦାନ କରିବ ।
ପ୍ରସ୍ତୁତି : ସୁରେନ୍ଦ୍ର ହୋତା

123EPISODE -2

24 June 2016.pmdNJP1

Demonstration of BJp at Bhubaneswar : Photo: Biswaranjan Mishra

Demonstration of BJP at Bhubaneswar : Photo: Biswaranjan Mishra

Demonstration of BJP at Bhubaneswar on 24th June 2014. Demanding resignation of Chief Minister Naveen Pattanaik on Bargarh Issue : Photo Biswaranjan Mishra, Bhubaneswar

About surendrahota

Leave a Reply

%d bloggers like this:
Skip to toolbar