Breaking News
Home / Bhubaneswar / Trans Gender Security Trust at Bhubaneswar

Trans Gender Security Trust at Bhubaneswar

ଓଡ଼ିଶାରେ କିନ୍ନରମାନଙ୍କ ପ୍ରଥମ ରାଜ୍ୟ ସମ୍ମିଳନୀରେ ୩ କ୍ୟାବିନେଟ୍ ମନ୍ତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର, ତା ୧୮.୦୬.୨୦୧୬ (ମନୋମାନୀ ସିଂ): ଆଜି ଓଡ଼ିଶାରେ ପ୍ରଥମ କରି ଜୟଦେବ ଭବନଠାରେ ଟି.ଜି. ସୁରକ୍ଷା ଟ୍ରଷ୍ଟର ଲୋକାର୍ପଣ ଉତ୍ସବ ଓ ନିଖିଳ ଓଡ଼ିଶା ହିଞ୍ଜଡ଼ା /ତୃତୀୟ ଲିଙ୍ଗୀ ମହାସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଏଥିରେ ଆଇନ ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ରାଜ୍ୟରେ ଥିବା କିନ୍ନରମାନଙ୍କ ବହୁ ସମସ୍ୟା ରହିଛି । ଏହି ସମସ୍ୟା ରାଜ୍ୟ ସରକାର କିଛି ମାତ୍ରାରେ ପୂରଣ କରିଛନ୍ତି ଏବଂ ସରକାର ଅନ୍ୟ ସମସ୍ୟା ପ୍ରତି ଧ୍ୟାନ ରଖିଛନ୍ତି । ଆମ୍ଭେ ଖୁବ୍ ଶୀଘ୍ର କିନ୍ନରମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ସହ ବସି କିନ୍ନର ମାନଙ୍କ ସମସ୍ୟା ଉପରେ ଆଲୋଚନା କରିବୁ । ମୁଖ୍ୟବକ୍ତା ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ କହିଲେ ଯେ ସରକାର କିନ୍ନରମାନଙ୍କୁ ରେସନ୍ କାର୍ଡ଼ରେ ସାମିଲ୍ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେବା ସହ ସମସ୍ତ ବ୍ଲକ୍ ସ୍ତରରେ ଥିବା କିନ୍ନରମାନଙ୍କୁ ମଧ୍ୟ ରାସନ୍ କାର୍ଡ଼ ମିଳିବ । ଏହି ଲୋକାର୍ପଣ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ କହିଲେ ଯେ, କିନ୍ନର ବା ଟି.ଜି.ମାନଙ୍କ ସମସ୍ୟା ବହୁ ପୁରାତନ । ଏହି ସମସ୍ୟାଗୁଡ଼ିକୁ ଆମ୍ଭେମାନେ ଖୁବ୍ ଶୀଘ୍ର ସମାଧାନ କରିବୁ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଲୋକାର୍ପଣ ଉତ୍ସବରେ ମଧ୍ୟପ୍ରଦେଶର ପୂର୍ବତନ ବିଧାୟକ ତଥା ଦେଶର ପ୍ରଥମ କିନ୍ନର ବିଧାୟକ ସବ୍ନମ୍ ମାଉସୀ ଉଦ୍ଘାଟକ ଭାବେ ଯୋଗଦେଇ କହିଲେ ଯେ, ଯଦି ରାଜ୍ୟ ସରକାର କିନ୍ନରମାନଙ୍କ ୧୬ ଦଫା ଦାବି ସମ୍ବିଳିତ ମୌଳିକ ଅଧିକାର ଉପରେ ଧ୍ୟାନ ନ ଦିଅନ୍ତି, ତାହେଲେ ବାଧ୍ୟ ହୋଇ କିନ୍ନରମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ପ୍ରଦର୍ଶନ କରିବେ । ଅନ୍ୟମାନଙ୍କ ମଧ୍ୟରେ ଟି.ଜି. ମେୟର ଛତିଶଗଡ଼ର ମଧୁ କିନ୍ନର ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ମୋ କର୍ପୋରେସନ୍ରେ ଟି.ଜି.ମାନଙ୍କୁ ଯେଉଁଭଳି ଭାବରେ ଚାକିରି ମିଳିଛି, ସେହିଭଳି ଭାବରେ ଓଡ଼ିଶାରେ ମଧ୍ୟ ଟିଜିମାନଙ୍କୁ ଚାକିରି ଦେବା ଦରକାର । ଆଜିର ଏହି ଆଲୋଚନାଚକ୍ରରେ ନିଖିଳ ଓଡ଼ିଶା ହିଞ୍ଜଡ଼ା / ତୃତୀୟ ଲିଙ୍ଗୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, କୋଟଗଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀ, ଖଦୀ ବୋର୍ଡ଼ର ସଭାପତି ତେଜେଶ୍ୱର ପରିଡ଼ା ଏବଂ ନବ କିଶୋର ବେହେରାଙ୍କ ସମେତ ବହୁ କର୍ପୋରେଟର ଯୋଗ ଦେଇଥିଲେ । ଟ୍ରଷ୍ଟର ସଭାପତି ମେନକା କିନ୍ନର, ଟ୍ରଷ୍ଟର ଉଦେ୍ଦଶ୍ୟ ଓ କାର୍ଯ୍ୟକ୍ରମ ଉପରେ ସଂକ୍ଷି ପ୍ତ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ରାଣୀ କିନ୍ନର, ଯୁଗ୍ମ ସମ୍ପାଦକ ପାର୍ଥସାରଥୀ ଜେନା, ଉପସଭାପତି ପ୍ରଶାନ୍ତ କୁମାର ବିଷୋୟୀ, ସଂଯୋଜିକା କାଜଲ, ସୁମିତ୍ରା, ସଚିକାନ୍ତ ପ୍ରଧାନ ଓ ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ୨୮ଟି ଜିଲ୍ଲାର ପ୍ରତିନିଧି ମଣ୍ଡଳି ଓ ୬୦୦ରୁ ଉଦ୍ଧ୍ୱର୍ କିନ୍ନର ପ୍ରତିନିଧି, ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ପରିଶେଷରେ ପ୍ରଶାନ୍ତ କୁମାର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।

Bhubaneswar 18.06.2016.003 Bhubaneswar 18.06.2016.004 Bhubaneswar 18.06.2016.005 Bhubaneswar 18.06.2016.006

About surendrahota

Leave a Reply

%d bloggers like this:
Skip to toolbar