Breaking News
Home / Bhubaneswar / State Executive of BJP at Rourkela

State Executive of BJP at Rourkela

କେନ୍ଦ୍ର ସରକାରଙ୍କ ଦୁଇ ବର୍ଷର ସଫଳତା ଓଡିଶାକୁ ବିପୁଳ ସହାୟତା :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କତୃଜ୍ଞତା
–    ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ପ୍ରଗତିର ଶୀର୍ଷରେ ପହଂଚାଇବା ମୋଦିଙ୍କ ମାର୍ଗଦର୍ଶନରେ ସମ୍ଭବ
–    ଓଡିଶାକୁ  ମୋଦି କରିଛନ୍ତି ଭରପୂର ସହାୟତା
ସୁନ୍ଦରଗଡ / ଭୂବନେଶ୍ୱର, ତା.୧୮/୦୬: ୩୦ ବର୍ଷର ଇତିହାସ ଭାଙ୍ଗି ପୂର୍ଣ ସଂଖ୍ୟା ଗରିଷ୍ଠତାର ସହିତ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବ୍ୟବହିତ ପୂର୍ବରୁ ତାଙ୍କର ସରକାର ଗରୀବଙ୍କ ପାଇଁ ସମର୍ପିତ ରହିବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାଙ୍କ ଶାସନର ଦୁଇ ବର୍ଷ ପରେ ପ୍ରତିଟି ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ କରିଥିବାରୁ ବିଜେପି ଓଡିଶା ପ୍ରଦେଶ, କାର୍ଯ୍ୟକାରିଣୀ ବୈଠକ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ତିନି ବର୍ଷରେ ଦେଶ ଓ ରାଜ୍ୟକୁ ପ୍ରଗତିର ଶୀର୍ଷରେ ନେବାକୁ ସମର୍ଥ ହେବେ ବୋଲି ଦୃଢ ଆଶା ବ୍ୟକ୍ତ କରିଛି । ପ୍ରଧାନମନ୍ତ୍ରୀ ହେବା ପରେ ଦେଶକୁ ପଲିସି ପାରାଲିସିସରୁ ମୁକ୍ତ କରି ଜନଭାଗିଦାରୀ ଆଧାରରେ ସାଧାରଣ ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ସରକାରଙ୍କର ଯୋଜନା ପରିଚାଳିତ ହୋଇ ଆସିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢତାର ସହ କହିଛନ୍ତି ।ନିର୍ବାଚନ ପ୍ରଚାର ସମୟରେ ଓଡିଶାବାସୀଙ୍କ ସ୍ନେହ ଶ୍ରଦ୍ଧାକୁ ସୁଧ ମୂଳ ସହ ଫେରାଇବେ ବୋଲି କହିଥିଲେ ନରେନ୍ଦ୍ର ମୋଦି । ଓଡିଶାବାସୀଙ୍କ ପାଖରେ ତାଙ୍କର ବିକାଶର ବାର୍ତା ଦୁଇ ବର୍ଷ ମଧ୍ୟରେ ସ୍ପଷ୍ଟତାର ସହ ପହଂଚି ସାରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମଭକ୍ତ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାରୁ ଦୁଇ ଜଣ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ଓ ଜଣେ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ଏହି ଦୁଇ ବର୍ଷରେ ଓଡିଶାକୁ ୪ ଥର କୈାଣସି ପ୍ରଧାନମନ୍ତ୍ରୀ ଆସିବା ଘଟଣା ପ୍ରଥମ । ଏଥିରୁ ତାଙ୍କର ଓଡିଶାପ୍ରତି ଆନ୍ତରିକତା ଏବଂ ଭଲ ପାଇବା ସ୍ପଷ୍ଟ ହୋଇପଡୁଛି । ଏହି ଦୁଇ ବର୍ଷର ଶାସନ ମଧ୍ୟରେ ଓଡିଶାର ବିକାଶ ପାଇଁ ବହୁ ସୁପଦକ୍ଷେପ ନେଇଛନ୍ତି । ସେଥର ମଧ୍ୟରୁ କଳିଙ୍ଗନଗରକୁ ଇଣ୍ଡଷ୍ଟ୍ରିଆଲ ଓ ମାନୁଫାକ୍ଚରିଂ ହବର ମାନ୍ୟତା ପାଇଁ ଘୋଷଣା ଏବଂ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ବରାଦ, ଜାତୀୟ ରାଜପଥ କ୍ଷେତ୍ରରେ ୩୫ ହଜାର କୋଟି ଟଙ୍କା ପୁଂଜି ବିନିଯୋଗରେ ୨ ହଜାର କିମି ଜାତୀୟ ରାଜପଥର ନିର୍ମାଣ, କଟକ- ଅନୁଗୁଳ ମଧ୍ୟରେ ଥିବା ଜାତୀୟ ରାଜପଥକୁ ଚାରି ଥାକିଆ କରିବା ନିଷ୍ପତି ଏବଂ କାର୍ଯ୍ୟକାରିତା, ପାରାଦୀପରେ ଦେଶର ସର୍ବବୃହତ ଓ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ରିଫାଇନାରୀକୁ ଜାତି ଉଦେ୍ଦଶ୍ୟରେ ସମର୍ପଣ, ପେଟ୍ରୋଲିୟମ କ୍ଷେତ୍ରରେ ରାଜ୍ୟରେ ଆଗାମୀ ପାଂଚ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋଗ ପାଇଁ ଯୋଜନା, ରାଜ୍ୟରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇଜର ଓ ଆଇଆଇଏମର ପ୍ରତିଷ୍ଠା, ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ପ୍ରଦାନ ସହ ଆନ୍ତର୍ଜାତିକ ବିମାନ ଉଡାଣର ଶୁଭାରମ୍ଭ, ଭୁବନେଶ୍ୱରକୁ ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା, ସେତୁ ସମୁଦ୍ରମ ଯୋଜନାରେ ଓଡିଶାର ପ୍ରମୁଖ ବନ୍ଦର ଓ ଶିଳ୍ପାଂଚଳ ମଧ୍ୟରେ ନଦୀ ଓ ସମୁଦ୍ର ଜଳ ପଥରେ ପରିବହନ ବ୍ୟବସ୍ଥା, ରେଳ ବଜେଟରେ ରେକର୍ଡ ପରିମାଣରେ ଅର୍ଥ ପ୍ରଦାନ, ବର୍ଷ ବର୍ଷ ଧରି ପଡି ରହିଥିବା ପୁରୁଣା ରେଳ ଲାଇନକୁ ସମ୍ପୂର୍ଣ କରିବାକୁ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ ସହ ଅନେକ ନୂତନ ରେଳ ଲାଇନ ପାଇଁ ବ୍ୟୟବରାଦ ଇତ୍ୟାଦି । ଏହାଛଡାରାଜ୍ୟ ସରକାର ମରୁଡି ସହାୟତା ପାଇଁ ଯେେତେ ମାଗିଥିଲେ ତାର ୩୬ ପ୍ରତିଶତ ମିଳିଲା ଯାହାକି ସର୍ବକାଳୀନ ରେକର୍ଡ । ନବକଳେବର ପାଇଁ ବଜେଟରେ ବିଶେଷ ବ୍ୟବସ୍ଥା ମଧ୍ୟ ଅନ୍ୟତମ । କେନ୍ଦ୍ର ସରକାରଙ୍କ ସହାୟତାରେ ପାଂଚୋଟି ମେଡିକାଲ କଲେଜର ତଥା ତିନୋଟି କେନ୍ଦ୍ରର ରାଷ୍ଟ୍ରାୟତ  ଶିଳ୍ପ ଦ୍ୱାରା ଆଉ ତିନୋଟି ଏପରି ସମୁଦାୟ ଆଠଟି ମେଡିକାଲ କଲେଜର ସ୍ଥାପନାର କରାଯାଉଅଛି । । ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବା ପାଇଁ ପଦକ୍ଷେପ ନିଆଯିବା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ । ଓଲଟପୁରସ୍ଥିତ ନିରତାର ଅନୁଷ୍ଠାନକୁୁ ୫୫ କୋଟି ଟଙ୍କାର ଅନୁଦାନ ଦିଆଯାଇଅଛି । ସେହିପରି ଉଜ୍ଜ୍ୱଳା ଯୋଜନାରେ ଓଡିଶାର ଗରୀବ ମହିଳା ମାନଙ୍କୁ ସବୁଠୁ ଅଧିକ ରୋଷେଇ ଗ୍ୟାସ ସଂଯୋଗ ଦେବାର ଯୋଜନା ପ୍ରଶଂସନୀୟ । ସ୍ୱାଧୀନତା ସଂଗ୍ରାମୀଙ୍କୁ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯାଇଅଛି । ଏମଏମଡିଆର ଆକ୍ଟରେ ସଂଶୋଧନ ଦ୍ୱାରା ରାଜ୍ୟ ଆର୍ଥିକ ଲାଭବାନ ହୋଇଛି ।

Rourkela 18.06.2016 .001 Rourkela 18.06.2016 .002 Rourkela 18.06.2016 .003 Rourkela 18.06.2016 .004 Rourkela 18.06.2016 .005

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar