Breaking News
Home / Bhubaneswar / Odia Bhasa Movement in Surat (Gujrat)

Odia Bhasa Movement in Surat (Gujrat)

ଭୁବନେଶ୍ୱର,୧୬/୬/୨୦୧୬:(ରିପୋର୍ଟ :ମନୋମାନୀ ସିଂ)- ଓଡ଼ିଆ ଭାଷାର ସୁରକ୍ଷା ପାଇଁ ‘ଭାଷା ସୁରକ୍ଷା ସମ୍ମିଳନୀ’ ନେତୃତ୍ୱରେ ସାରା ଓଡ଼ିଶାରେ ଆରମ୍ଭ ହୋଇଥିବା ଭାଷା ଆନେ୍ଦାଳନର ସ୍ୱର ଆଜି ଗୁଜୁରାଟର ସୁରଟ ସହରରେ ପ୍ରତିଧ୍ୱନିତ ହୋଇଛି । ସୁରଟରେ ବାସ କରୁଥିବା ୧୦ ଲକ୍ଷ ଓଡ଼ିଆଙ୍କ ପକ୍ଷରୁ ସ୍ଥାନୀୟ ପୌରସଭା କକ୍ଷରେ ଭାଷା ସୁରକ୍ଷା ଆଲୋଚନାଚକ୍ର ସହିତ ଓଡ଼ିଆମାନଙ୍କର ପି୍ରୟ ପର୍ବ ରଜ ଉତ୍ସବ ପାଳିତ ହୋଇଯାଇଛି । ଏହି ସୁସଜ୍ଜିତ ଉତ୍ସବକୁ ମୁଖ୍ୟ ଅତିଥିରୂପେ ଉଦ୍ଘାଟନ କରିଥିଲେ ‘ଭାଷା ସୁରକ୍ଷା ସମ୍ମିଳନୀ’ର ସଭାପତି ସାଂସଦ ବୈଷ୍ଣବ ପରିଡ଼ା ଏବଂ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ । ଓଡ଼ିଶାରେ ଓଡ଼ିଆ ଭାଷାର ଶାସନ ଓ ଓଡ଼ିଆ ଭାଷାର ବିକାଶ ପାଇଁ ·ଲିଥିବା ଆନେ୍ଦାଳନ ଫଳରେ ଓଡ଼ିଆମାନଙ୍କ ମଧ୍ୟରେ ଯେଉଁ ଜନ ଜାଗରଣ ସୃଷ୍ଟି ହୋଇଛି ତାହା ଓଡ଼ିଶା ଭିତରେ ସୀମିତ ନ ରହି କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ ଓ ସୁରଟ ଭଳି ସହରରେ ଓଡ଼ିଆମାନଙ୍କୁ ଜାଗ୍ରତ କରିଦେଇଛି ।ସୁଦୂର ଗୁଜୁରାଟରେ ଦଶନ୍ଧି ଦଶନ୍ଧି ଧରି ବସବାସ କରୁଥିବା ଓଡ଼ିଆମାନଙ୍କ ଭିତରେ ନିଜର ମାତୃଭାଷା ଓ ସଂସ୍କୃତିକୁ ବେ ଇବା ପାଇଁ ଓଡ଼ିଆ ମାଧ୍ୟମରେ ଶିକ୍ଷାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ସାଂସଦ ଶ୍ରୀ ପରିଡ଼ା ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ । ସଂପ୍ରତି ସୁରଟରେ ୨ଟି ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟ ଓ ୮ ଟି ପ୍ରାଥମିକ ବିଦ୍ୟାଳୟ ସରକାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ପରି·ଳିତ ହେଉଥିବା ଏକ ଆନନ୍ଦର କଥା । ଓଡ଼ିଆମାନେ ନିଜ ନିଜ ମଧ୍ୟରେ ଏବଂ ବିଶେଷକରି ନିଜ ପରିବାରରେ ଓଡ଼ିଆ ଭାଷାରେ କଥା ହୋଇ ଓଡ଼ିଆରେ ଲେଖିବା ପାଇଁ ଯେଉଁ ଶପଥ ନେଇଛନ୍ତି ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଓଡ଼ିଶାର ଭାଷା ଆନେ୍ଦାଳନକୁ ଖାଲି ସମର୍ଥନ ଦେଲେ ହେବ ନାହିଁ, ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ଓଡ଼ିଆ ଭାଷାକୁ ବଂଚାଇବା ପାଇଁ ଶପଥ ନେବାକୁ ସାଂସଦ ଶ୍ରୀ ପରିଡ଼ା ଆହ୍ୱାନ ଦେଇଛନ୍ତି ।ଓଡ଼ିଆ ଭାଷାର ମହାନତା ଓ ବର୍ତ୍ତମାନର ସଂକଟ ସଂପର୍କରେ ଉଲ୍ଲେଖ କରି ପୂର୍ବତନ ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଲେ ଯେଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କ ଭିତରେ ଓଡ଼ିଆ ଭାଷା ସଂସ୍କୃତିକୁ ବଂଚାଇବା ଉଭୟ ଓଡ଼ିଶା ସରକାର ଓ ସଂପୃକ୍ତ ପ୍ରାଦେଶିକ ସରକାରଙ୍କର ପ୍ରମୁଖ ଦାୟିତ୍ୱ । ଓଡ଼ିଶାର ଭାଷା ଆନେ୍ଦାଳନ ମାଧ୍ୟମରେ ଓଡ଼ିଆମାନଙ୍କ ଭିତରେ ନୂଆ ଏକ ଯୁଗ ସୃଷ୍ଟି ପାଇଁ ଯେଉଁ ଉଦ୍ୟମ ·ଲିଛି ତାହାକୁ ସଫଳ କରିବା ରାଜ୍ୟର ସମସ୍ତ ରାଜନୈତିକ ଦଳମାନଙ୍କର ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ ।ଆଲୋଚନାଚକ୍ର ପରେ ସମବେତ ଓଡ଼ିଆମାନଙ୍କ ଭିତରେ ରଜ ଉତ୍ସବର ଆୟୋଜନ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ସୁରଟର ବିଶିଷ୍ଟ ଓଡ଼ିଆ ଶିଳ୍ପପତି ଅଭିମନୁ୍ୟ ଜେନା ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ‘ଭାଷା ସୁରକ୍ଷା ସମ୍ମିଳନୀ’ର ଉପସଭାପତି ଦଣ୍ଡପାଣି ମହାପାତ୍ର, ସୁରଟ ଓଡ଼ିଆ ସମାଜର ନେତା ସୁବାଷ ଗନ୍ତାୟତ, ମୁ ମ୍ବାଇ ଓଡ଼ିଆ ସମାଜର ନେତା ନିରଞ୍ଜନ ପାଣିଗ୍ରାହୀ, ସା ମ୍ବାଦିକ କିଶୋର ଦ୍ୱିବେଦୀ ପ୍ରମୁଖ ।ସଭା ସଂଯୋଜନା କରିଥିଲେ ଶିକ୍ଷାବିତ ସନାତନ ସାମନ୍ତରାୟ । ଏହି ଅବସରରେ ସୁରଟ ସମେତ ଗୁଜୁରାଟର ବିଭିନ୍ନ ଜିଲ୍ଲାର ଓଡ଼ିଆ ପ୍ରତିନିଧି ଓ ବିଶିଷ୍ଟ ଓଡ଼ିଆ ବ୍ୟକ୍ତି ଏବଂ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଆ ଭାଷା ଆନେ୍ଦାଳନକୁ ସୁରଟରେ ପ୍ରସାରିତ କରିବା ପାଇଁ ଭାଷା ସୁରକ୍ଷା ସମ୍ମିଳନୀର ଏକ ଶାଖା ସୁବାଷ ଗନ୍ତାୟତଙ୍କ ନେତୃତ୍ୱରେ ଗଠିତ ହୋଇଛି ।Bhubaneswar 16.06.2016.003

ଭୁବନେଶ୍ୱର,୧୬/୬/୨୦୧୬:(ରିପୋର୍ଟ :ମନୋମାନୀ ସିଂ)- ଓଡ଼ିଆ ଭାଷାର ସୁରକ୍ଷା ପାଇଁ ‘ଭାଷା ସୁରକ୍ଷା ସମ୍ମିଳନୀ’ ନେତୃତ୍ୱରେ ସାରା ଓଡ଼ିଶାରେ ଆରମ୍ଭ ହୋଇଥିବା ଭାଷା ଆନେ୍ଦାଳନର ସ୍ୱର ଆଜି ଗୁଜୁରାଟର ସୁରଟ ସହରରେ ପ୍ରତିଧ୍ୱନିତ ହୋଇଛି । ସୁରଟରେ ବାସ କରୁଥିବା ୧୦ ଲକ୍ଷ ଓଡ଼ିଆଙ୍କ ପକ୍ଷରୁ ସ୍ଥାନୀୟ ପୌରସଭା କକ୍ଷରେ ଭାଷା ସୁରକ୍ଷା ଆଲୋଚନାଚକ୍ର ସହିତ ଓଡ଼ିଆମାନଙ୍କର ପି୍ରୟ ପର୍ବ ରଜ ଉତ୍ସବ ପାଳିତ ହୋଇଯାଇଛି । ଏହି ସୁସଜ୍ଜିତ ଉତ୍ସବକୁ ମୁଖ୍ୟ ଅତିଥିରୂପେ ଉଦ୍ଘାଟନ କରିଥିଲେ ‘ଭାଷା ସୁରକ୍ଷା ସମ୍ମିଳନୀ’ର ସଭାପତି ସାଂସଦ ବୈଷ୍ଣବ ପରିଡ଼ା ଏବଂ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ । ଓଡ଼ିଶାରେ ଓଡ଼ିଆ ଭାଷାର ଶାସନ ଓ ଓଡ଼ିଆ ଭାଷାର ବିକାଶ ପାଇଁ ·ଲିଥିବା ଆନେ୍ଦାଳନ ଫଳରେ ଓଡ଼ିଆମାନଙ୍କ ମଧ୍ୟରେ ଯେଉଁ ଜନ ଜାଗରଣ ସୃଷ୍ଟି ହୋଇଛି ତାହା ଓଡ଼ିଶା ଭିତରେ ସୀମିତ ନ ରହି କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ ଓ ସୁରଟ…

Review Overview

User Rating: Be the first one !
0

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar