Breaking News
Home / Bhubaneswar / Demonstration of BJD against Price hike

Demonstration of BJD against Price hike

ଭୁବନେଶ୍ୱର,୧୬/୬/୨୦୧୬:(ରିପୋର୍ଟ :ମନୋମାନୀ ସିଂ)-ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅର୍ଦ୍ଧାଧିକ ହ୍ରାସ ପାଇଥିବା ବେଳେ ବିଶ୍ୱ ବଜାର ନାଁରେ କେନ୍ଦ୍ର ଏନଡିଏ ସରକାର ବାର ମ୍ବାର ତୈଳ ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନବିରୋଧୀ ପଦକ୍ଷେପ । ବାରମ୍ବାର ତୈଳ ଦର ବୃଦ୍ଧି ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ଏନଡିଏ ସରକାରଙ୍କ ମୂଲ୍ୟବୃଦ୍ଧି ନିଷ୍ପତ୍ତି ସାଧାରଣ ଲୋକଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ବୋଲି ବିଜୁ ଯୁବ ଜନତା ସଭାପତି ଶ୍ରୀ ସଂଜୟ କୁମାର ଦାସବର୍ମା କହିଛନ୍ତି ।ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧ ଜୁନ ୨୦୧୪ ସୁଦ୍ଧା ୧୦୫.୩୭ ଡଲାର ହୋଇଥିବା ବେଳେ ଏହା ୧୬ ଜୁନ ୨୦୧୬ ସୁଦ୍ଧା ବ୍ୟାରେଲ ପିଛା ୪୯.୭୮ ଡଲାର ହ୍ରାସ ପାଇଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୫୦ ପ୍ରତିଶତ ହ୍ରାସ ପାଇଥିବା ବେଳେ କ୍ରମାଗତ ଭାବେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ଆର୍ଥôକ ସ୍ଥିତିକୁ ଦୋହଲାଇ ଦେଇଛି ।କେନ୍ଦ୍ର ସରକାର ଉତ୍ପାଦକ ଶୁଳ୍କ,ଅତିରିକ୍ତ ଉତ୍ପାଦକ ଶୁଳ୍କ, ସ୍ୱତବ ଉତ୍ପାଦକ ଶୁଳ୍କ ଏବଂ ସେସ ଇତିମଧ୍ୟରେ ପେଟ୍ରୋଲ କ୍ଷେତ୍ରରେ ୧୦୪.୩୦ ପ୍ରତିଶତ ଏବଂ ଡିଜେଲ କ୍ଷେତ୍ରରେ ୨୩୧.୩୦ ପ୍ରତିଶତ ବୃଦ୍ଧି କରିଛନ୍ତି ।ସାଧାରଣ ଜନତା ଓ ଖାଉଟିମାନଙ୍କ ସ୍ୱାର୍ଥକୁ ଆଖିବୁଜି ଦେଇ କେନ୍ଦ୍ର ସରକାରଙ୍କ ଲଗାମ ଛଡ଼ା ଦର ବୃଦ୍ଧିକୁ ବିଜୁ ଯୁବ ଜନତା ଦଳ ତୀବ୍ର ନିନ୍ଦା କରୁଛି । ଏହାର ପ୍ରତିବାଦରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ରାଜଭବନ ସମ୍ମୁଖ,ରାଜ୍ୟର ୩୦ଟି ଜିଲ୍ଲା ସଦର ମହକୁମା ଏବଂ ରାଉରକେଲା ଏଡିଏମ ଅଫିସ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆସନ୍ତାକାଲି ଜୁନ୧୭ ତାରିଖ ସକାଳ ୧୦ଟା ସମୟରେ ଅନୁଷ୍ଠିତ ହେବ ବୋଲି ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ଦାସବର୍ମା ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରିୟଦର୍ଶୀ ମିଶ୍ର,ବ୍ୟୋମକେଶ ରାୟ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଜିଲ୍ଲା ସଭାପତି ବାବୁଲି ମିଶ୍ର, ଡେପୁଟି ମେୟରକେ. ଶାନ୍ତି, ଯୁବ ବିଜେଡି ସଭାପତି ବାବୁ ସିଂହ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Bhubaneswar 16.06.2016.001

Leave a Reply

%d bloggers like this:
Skip to toolbar