Breaking News
Home / Bhubaneswar / Actress ManiMala Devi No more

Actress ManiMala Devi No more

ଭୁବନେଶ୍ୱର,୧୬/୬/୨୦୧୬:(ରିପୋର୍ଟ :ମନୋମାନୀ ସିଂ)- ଓଡିଆ ଫିଲ୍ମ ତଥା ଥିଏଟର ଜଗତର ବର୍ଷିୀୟାନ ଅଭିନେତ୍ରୀ ମଣିମାଳା ଦେବୀଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ପରିବାର ପକ୍ଷରୁ ପ୍ରକାଶ ଗତ କିଛି ଦିନ ହେଲା ସେ ଛାତିରେ ଯବଣା ଅନୁଭବ କରି ଘରୋଇ ଚିକିସ୍ôାଳୟ ରେ ଚିକିସôିତ ହେଉଥିଲେ । ଓଡିଆ ଫିଲ୍ମ ଜଗତର ବିଭିନ୍ନ କଳାକାର ମାନେ ତାଙ୍କନିକଟକୁ ଯାଇ ଭେଟୁ ଥିଲେ । ତାଙ୍କଦ୍ୱାରା ଅଭିନିତ ୪୦ରୁ ଉଦ୍ଧ୍ୱର୍ ଚଳଚିତ୍ର ମଧରୁ ୧୪ ଟି ଜାତୀୟ ଚଳଚିତ୍ର ରୁପେ ମାନ୍ୟତା ପାଇଥିଲା ।ତାଙ୍କ ଅଭିନିତ ଚଳଚିତ୍ର ‘ଶ୍ରୀ ଲୋକନାଥ’ବହୁତ ସଫଳତା ପାଇଥିଲ ।ମଣିମାଳା ଦେବୀ ପ୍ରାୟ ୧୦୦ ଟି ଚଳଚିତ୍ରରେ ନିଜ ଅଭିନୟର ଛାପ ଛାଡିଯାଇଛନ୍ତି । ତାଙ୍କର ନିଧନରେ କଳା ଜଗତର ଜଣେ ମୂଲ୍ୟବାନ ବ୍ୟକ୍ତିତ୍ୱର ଅନ୍ତ ହେଲା ବୋଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି ।ତାଙ୍କ ନିଧନରେ ରାଜ୍ୟ ବିଜେପିର ଅନ୍ୟ ନେତା ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଶ୍ରୀ ବିଜୟ ମହାପାତ୍ର, ଶ୍ରୀ ସମୀର ମହାନ୍ତି, ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ରାଜ୍ୟ ସାଧାରଣ ସମ୍ପାଦନ (ସଂଗଠନ) ସାରଦା ପ୍ରସାଦ ଶତପଥୀ, ପ୍ରବକ୍ତା ଦିଲ୍ଲୀପ୍ ମହାନ୍ତି ଆଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Bhubaneswar 16.06.2016.002

About surendrahota

Leave a Reply

%d bloggers like this:
Skip to toolbar